ରାଜ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ବାତ୍ୟାଂଚଳ ପରିଦର୍ଶନ

ରାଜ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ବାତ୍ୟାଂଚଳ ପରିଦର୍ଶନ


କେନ୍ଦ୍ରାପଡ଼ା – ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତି ସଙ୍ଗମ କୁମାର ସାହୁ କେନ୍ଦ୍ରାପଡ଼ାରେ ପହଂଚି ଜିଲ୍ଲା ଜଜ୍ ସତ୍ୟଜିତ ମହାନ୍ତିଙ୍କ ସହିତ ଜିଲ୍ଲାର ବିଭିନ୍ନ ବାତ୍ୟାଂଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି । ଶ୍ରୀ ସାହୁ ଭିତରକନିକାର ତାଳଚୁଆ ପରିଦର୍ଶନ କରି ଭିତରକନିକା ସନ୍ନିକଟ ବାତ୍ୟାଂଚଳ ସ୍ଥଳକୁ ଯାଇ ଅନ୍ତେବାସୀଙ୍କ ସହିତ ଦେଖାକରି ବିଭିନ୍ନ ସମସ୍ୟା କଥା ପଚାରି ବୁଝିଥିଲେ । ଆନ୍ତେବାସୀମାନଙ୍କର ଆବଶ୍ୟକତା କ’ଣ କ’ଣ ରହିଛି ସେ ସମସ୍ତ କିପରି ପୁରଣ କରାଯିବ ଜିଲ୍ଲା ଜଜ୍ ଶ୍ରୀ ବିଶ୍ୱଜିତ ମହାନ୍ତି, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ତେବାସୀମାନଙ୍କର ସମସ୍ୟା ପାଇଁ ପାରାଲିଗାଲ ଭଲେଂଟରମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇ ସମସ୍ୟା ବୁଝିବା ପାଇଁ କହିଥିଲେ । ଅନ୍ତେବାସୀମାନଙ୍କର ଆବଶ୍ୟକତା ପୂରଣ ପାଇଁ ଦରଖାସ୍ତ ପାରାଲିଗାଲ ଭଲେଂଟରମାନଙ୍କ ମାଧ୍ୟମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସରେ ପହଂଚିବ ଏବଂ ଏହାର କାର୍ଯ୍ୟକାରିତା ଶିଘ୍ର କରାଯିବ ବୋଲି ଜଷ୍ଟିସ୍ ଶ୍ରୀ ସଙ୍ଗମ କୁମାର ସାହୁ ପ୍ରତିଶ୍ରୁତି ଦେଇଥିଲେ । ଭିତରକନିକା, ଡାଙ୍ଗମାଳ ବାତ୍ୟା ପ୍ରଭାବିତ ଅଂଚଳ ଦେଖିବା ପରେ ଜଷ୍ଟିସ୍ ଶ୍ରୀ ସାହୁ ତାଳଚୁଆରେ ପହଂଚିବା ପରେ ସେଠାରେ ଅନ୍ତେବାସୀଙ୍କ ସହିତ ଅସୁବିଧା ସମ୍ପର୍କରେ ଆଲୋଚନା କରି ତୁରନ୍ତ ଅସୁବିଧାଗୁଡ଼ିକୁ ସମାଧାନ କରିବା ଓ ସାହାଯ୍ୟ ପହଂଚାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ୨ଗୋଟି ଅଂଚଳ ପରିଦର୍ଶନ ସମୟରେ ଅନ୍ତେବାସୀମାନଙ୍କୁ ରିଲିଫ ବଂଟନ କରାଯାଇ ଥିଲା । ଜଷ୍ଟିସ୍ ଶ୍ରୀ ସାହୁଙ୍କ ସମେତ ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସୁଦିପ୍ତ ଆଚାର୍ଯ୍ୟ, ରେଜିଷ୍ଟାର ଭିଜିଲାନ୍ସ(ହାଇକୋର୍ଟ) ପ୍ରଦୁ୍ୟମ୍ନ କୁମାର ନାୟକ, କେନ୍ଦ୍ରାପଡ଼ା କୋର୍ଟ ରେଜିଷ୍ଟାର ରମାଦେବୀ ସୋରେନଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ ।