ମାସେ ହେବ ୬୦ ପରିବାର ଜଳବନ୍ଦୀ: ୧୫ ଦିନରେ ସମାଧାନ ନ ହେଲେ ଧାରଣା
ରାଜକନିକା : ରାଜକନିକା ବ୍ଲକ କଣ୍ଟପଡା ପଞ୍ଚାୟତ ଅନ୍ତର୍ଗତ ଗୋକର୍ଣେଶ୍ୱର ଗ୍ରାମରେ ପ୍ରାୟ ୬୦ ପରିବାର ଆଜକୁ ୧ ମାସ ହେଲାଣି ବର୍ଷା ପାଣିରେ ସମ୍ପୂର୍ଣ ଜଳବନ୍ଦୀରେ ଅଛନ୍ତି । ସୂଚନା ମୁତାବକ ରାଜକନିକା ବ୍ଲକରୁ ମାତ୍ର ୫ଶହ ମିଟର ଦୂରେ ଗୋକର୍ଣେଶ୍ୱର ଗାଁ ଅବସ୍ଥିତ ବର୍ଷା ଦିନେ ବର୍ଷା ଜଳ ନିଷ୍କାସନ ନହେବାରୁ ଜଳ ବନ୍ଦୀରେ ଗ୍ରାମବାସୀ । ଏ ସମ୍ପର୍କରେ ବିଡିଓ ଏବଂ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ଗ୍ରାମରେ ଏକ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ, କୁନି କୁନି ପିଲାଙ୍କ ପାଠପଢା ଏକ ପ୍ରକାର ଠପ୍ ହୋଇଯାଇଛି । ପାଣି ନିଷ୍କାସନ ବାଟ ନ ଥିବାରୁ ପୋକ ଜନ୍ମି ନେଳି ଲାଗିବାରୁ ଲେକ ପାଣିରେ ଯିବା ଆସିବା କରିପାରୁ ନାହାନ୍ତି । ବଡ ଦୁଃଖର କଥା, ବ୍ଲକ ସଦର ମହକୁମାରୁ ମାତ୍ର ୫୦୦ ମିଟର ଦୂରତା ମଧ୍ୟରେ ଏହି ଗ୍ରାମ ଅବସ୍ଥିତ । ବର୍ତ୍ତମାନ ସରକାର ବିକଶିତ ଗାଁ ବିକଶିତ ଓଡିଶା ନାର ଦେଉଥିବା ବେଳେ, ଏହା କି ପ୍ରକାର ଅବସ୍ଥା? ତେଣୁ ଉକ୍ତ ଗ୍ରାମର ସର୍ବେଶ୍ୱର ମୁଦୁଲି, ଲକ୍ଷ୍ମୀଧର ରାଉତ, ବାବୁଲି ମାଝୀ, ଚନ୍ଦ୍ରମଣି ମଲ୍ଲିକ, ଅଭୟ ନାୟକ, ସୁମିତ୍ରା ନାଥ, ଅଶୋକ ସାମଲ, ଶରତ ଚନ୍ଦ୍ର ବାରିକ, ନାରଣ ଦଳାଇ, ଦାଶରଥି ନାୟକ, ଲଛମନ ଦାଶ, ପୂରେନ୍ଦ୍ର ଦାଶ, ରବିନାରାୟଣ ମହାନ୍ତି, କୀର୍ତ୍ତି ରାୟ ପ୍ରମୁଖ ଦାବି କରିଛନ୍ତି । ଉକ୍ତ ସମସ୍ୟା ୧୫ ଦିନ ମଧ୍ୟରେ ସମାଧାନ ନହୁଏ, ତେବେ କନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ।