ନୂତନ ମନ୍ଦିର ପ୍ରତିଷ୍ଠା
କେନ୍ଦ୍ରାପଡ଼ା : ଶ୍ରୀ ବଳଦେବଜୀଉ ମନ୍ଦିର ନିକଟ ଇଚ୍ଛାପୁର ଗ୍ରାମର ଦଣ୍ଡେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ କର୍ମ ଆରମ୍ଭ ହୋଇଛି । ପ୍ରଥମେ ଆଙ୍କୁରା ରୋପଣ ପୁରାତନ ବିଗ୍ରହଙ୍କୁ ପାତାଳୀ କରାଯାଇ ଗ୍ରାମର ମହିଳାଙ୍କ ଚନ୍ଦନ ପୋଖରୀ ମନ୍ତ୍ର ପୂଜିତ ପାଣି ଅଣାଯାଇ କଳସ ଶୋଭାଯାତ୍ରା କରାଯାଇ ବଳଦେବ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା ସହ ଆଜ୍ଞା ମାଳ ଅଣାଯାଇ ସୂର୍ଯ୍ୟ ପୂଜା କରାଯାଇ ଯଜ୍ଞ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କାର୍ଯ୍ୟକର୍ମ ତିନି ଦିନ ଧରି ଚାଲୁ ରହିବା ସହ ପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଅନୁଷ୍ଠାନ ପକ୍ଷରୁ ନାରାୟଣ ସେଠୀ କାର୍ତ୍ତିକ ଚନ୍ଦ୍ର ସାହୁ ଅଭିନାସ ବ୍ରହ୍ମଚାରୀ ଅକ୍ଷୟ ମେକାପ ମନୋରଞ୍ଜନ ନାୟକ ମନୋରଞ୍ଜନ ମହାନ୍ତି ସନ୍ଦୀପ ସାହୁ ଶୁକଦେବ ଜେନା ଅନାଦି ଜେନା ପ୍ରମୁଖ ପରିଚାଳନା କରିଥିଲେ ।