ସ୍କୁଲ ମଧ୍ୟରେ ମଦ ପ୍ରବେଶ ଘଟଣା : କୋଟପା ଆଇନ କାର୍ଯକାରିତା ନେଇ ପ୍ରଶ୍ନ?

ସ୍କୁଲ ମଧ୍ୟରେ ମଦ ପ୍ରବେଶ ଘଟଣା : କୋଟପା ଆଇନ କାର୍ଯକାରିତା ନେଇ ପ୍ରଶ୍ନ?

ଆସିକା : ଭାରତ ସରକାରଙ୍କ ପକ୍ଷରୁ ଗତ ୨୦୦୩ ମସିହାରେ ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦ ଅଧିନିୟମ ପ୍ରାଣୟନ କରାଯାଇଥିଲା । ଏହି ନିୟମ ଅନୁସାରେ ସ୍କୁଲ କଲେଜ ହତା ମଧ୍ୟକୁ ମାଦକ ଦ୍ରବ୍ୟ ପ୍ରବେଶ ନିଷେଦ୍ଧ, ୧୮ ବର୍ଷରୁ କମ ଶିଶୁ ମାନଙ୍କୁ ତମାଖୁ ଏବଂ ମାଦକ ଦ୍ରବ୍ୟ ବିକ୍ରି କରାଯାଇପାରିବ ନାହିଁ, ଶିକ୍ଷାନୁଷ୍ଠାନ ର ୧୦୦ ଗଜ ପରିଧି ମଧ୍ୟରେ ତମାଖୁ ଏବଂ ସିଗାରେଟ ବିକ୍ରି କରାଯାଇ ପାରିବ ନାହିଁ କ୍ଷ ଗତକାଲି ଆସିକା ବ୍ଲକ କାଳଷଣ୍‌ଢପୁର ବିଦ୍ୟାଳୟ ରେ ଜଣେ ଛାତ୍ର ଆଉ ଏକ ଜଣ ଛାତ୍ରଙ୍କୁ ମଦ ପିଆଇବା ଘଟଣା ନେଇ ଆଜି ଏକ ଜରୁରୀ ବୈଠକ ବିଦ୍ୟାଳୟ ହତ୍ତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା କ୍ଷ ଏହି ବୈଠକରେ ଏବିଇଓ ବିଭୁ ନନ୍ଦନ ପଣ୍ଡା, ସିଆରସିସି ଆର ସିଲା ଦୋରା, ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ରାଉତ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ବହୁ ଅଭିଭାବକ, ଗ୍ରାମବାସୀ ଏବଂ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଅଭିଭାବକ ମାନେ କହିବା ଅନୁସାରେ ବିଦ୍ୟାଳୟ ରେ ରହିଥିବା ଶିକ୍ଷୟତ୍ରୀଙ୍କ ମଧ୍ୟରେ ଏକତା, ମିଳାମିଶା ନାହିଁ । ସଠିକ ଭାବେ ପରିଚାଳନା କମିଟି ବୈଠକ ହେଉନାହିଁ । ସ୍କୁଲ ପିଲାଙ୍କ ହାତରେ ପରିବା କିଣିବାକୁ ବାହାରକୁ ପ୍ରେରଣ କରନ୍ତି । ପୁରୁଷ ଶିକ୍ଷକ ନଥିବାରୁ ଗୁଣାତ୍ମକ ପାଠ ପଢା ପୁରା ପୁରୀ ଠପ ବୋଲି ବହୁ ଅଭିଭାବକ ସେମାନଙ୍କ ମତ ରଖିଥିଲେ । ଏହାର ଉତ୍ତର ରେ ଅନେକ ଶିକ୍ଷୟତ୍ରୀ କହିଲେ ପିଲା ମାନେ ସଠିକ ସମୟ ରେ ବିଦ୍ୟାଳୟରେ ଉପସ୍ଥାନ ହେବା, ପାଠ୍ୟ ପୁସ୍ତକ ବ୍ୟାଗରେ ଅନ୍ୟ ଜିନିଷ କିଛି ନଆଣିବାରେ ସୁନିଶ୍ଚିତ କରିବା ସହ ଶ୍ରେଣୀରେ ଦିଆଯାଇଥିବା ଗୃହ କାର୍ଯ୍ୟ ସମୟରେ ଅଭିଭାବକ ମାନେ ଗୁରୁତ୍ୱ ଦେଲେ ନଶ୍ଚିତ ବିଦ୍ୟାଳୟ ଏକ ସୁନାମ ହୋଇ ପାରିବ । ହେଲେ ମାଦକ ଦ୍ରବ୍ୟ ପିଲାଙ୍କୁ ଦେଲା କିଏ, ଆଣିଲା କେଉଁଠି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲ ଦାବି ହେଉଛି ।