ରାଷ୍ଟ୍ରପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ : ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ
ହିଞ୍ଜିଳିକାଟୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ହିଞ୍ଜିଳି ବିଜେପି ପକ୍ଷରୁ ଶୁକ୍ରବାର ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ନେତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧି । ଏହି ମନ୍ତବ୍ୟ ପରେ ଏହାକୁ କଡା ସମାଲୋଚନା କରିଛି ବିଜେପି । କଂଗ୍ରେସ ଆଦିବାସୀ ଓ ଦଳିତ ବିରୋଧୀ ବୋଲି କହିଛି ହିଞ୍ଜିଳି ବିଜେପି । ଏହି ମନ୍ତବ୍ୟ ନେଇ ତୀବ୍ର ନିନ୍ଦା କରିବା ସହ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି । ଏନେଇ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଛି । ଶୁକ୍ରବାର ହିଞ୍ଜିଳିକାଟୁ ବିଜେପି ନଗର ସଭାପତି ସୁଧାଂଶୁ ଶେଖର ସାବତଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିବା ସହ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।