ପ୍ରଶାସନିକ ସେବା ଅଧିକାରୀଙ୍କୁ ପ୍ରଶିକ୍ଷଣ
ବୁଗୁଡା : ଗଞ୍ଜାମ ଜିଲ୍ଲାର ୮ଟି ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଗ୍ରୁପରେ ୮୦ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ଅଗଷ୍ଟ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ କାର୍ଯ୍ୟକାରିତା ସମ୍ପର୍କେ ତାଲିମ ଗ୍ରହଣ କରୁଥିବା ଜଣାଯାଇଛି । ଏ ପରିପ୍ରେକ୍ଷୀରେ ବୁଗୁଡା ବ୍ଲକକୁ ୧୦ ଜଣ ଓଏଏସ ଅଫିସର ପ୍ରଶିକ୍ଷାର୍ଥୀ ଭାବେ ଆସିଛନ୍ତି । ସେମାନଙ୍କୁ ବୁଗୁଡା ବ୍ଲକ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ ସହ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକର ପାଙ୍ଗିଡି ଓ ତାକରଡା ଗ୍ରାମ ପଞ୍ଚାୟତରେ ଦୁଇଟି ଗ୍ରୁପରେ ଏହି ୧୦ ଜଣ ଓଏଏସ ଅଫିସର ୭ ଦିନ ପାଇଁ ତାଲିମ ଗ୍ରହଣ କରିବେ । ପାଙ୍ଗିଡି ପଞ୍ଚାୟତରେ ସପ୍ତମ ଗୃପର ନିବେଦିତା ରାଉତ,ଦୀପ୍ତିରେଖା ବାଗ, ଦୀପ୍ତି ରଞ୍ଜନ ସାହୁ , ସରୋଜ କୁମାର ବେହେରା ଓ ଭବାନୀ ଶଙ୍କର ମହନ୍ତ ଏବଂ ତାକାରଡା ପଞ୍ଚାୟତରେ ଅଷ୍ଟମ ଗ୍ରୁପରେ ଅଭିଷେକ ସ୍ମାଇଁ , ସତ୍ୟପ୍ରକାଶ ମିଶ୍ର , ରାକେଶ କୁମାର ସାହୁ, ମିତାଲି ମଧୁସ୍ମିତା ମିଶ୍ର ଓ ସିଦ୍ଧାର୍ଥ ଶେଖର ଦାସ ପ୍ରଶିକ୍ଷାର୍ଥୀ ଭାବେ ଏହି ୧୦ ଜଣ ଓଏଏସ ଅଫିସର ତାଲିମ ଗ୍ରହଣ କରିବା ବ୍ୟବସ୍ଥା ହୋଇଛି । ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଙ୍ଗିଡି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସେଠୀ, ପିଇଓ ପ୍ରଫୁଲ କୁମାର ପ୍ରଧାନ ଓ ଏଡିଇଓ ଜ୍ୟୋର୍ତିମୟୀ ର୍ସ୍ୱାଇଁ ଏବଂ ତାକରଡା ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ, ପିଇଓ ସୁବ୍ରତ କୁମାର ଗଡନାୟକ ଓ ଡିଆରଏସ ଶଙ୍କର ମଲ୍ଲିକ ନୋଡାଲ ଅଫିସର ଭାବେ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସରମାନଙ୍କୁ ସହଯୋଗ କରିବେ ବୋଲି ଜଣାଯାଇଛି ।