ଦଣ୍ଡ ଯାତ୍ରା ଉଦ୍ୟାପିତ 

 ହିଞ୍ଜିିଳିକାଟୁ : ହିଞ୍ଜିିଳିକାଟୁ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ମା’ଦଣ୍ଡକାଳୀ ପୀଠ ଗୁଡିକ ଲୋକରଣ୍ୟ ହୋଇପଡିଛି  । ମହାବିଷୃବ ସଂକ୍ରାନ୍ତିରେ ଅନୁଷ୍ଠିତ ମେରୁପର୍ବ ସମ୍ପର୍ଣ୍ଣ ହୋଇଛି  । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ରାଜ୍ୟ ଓଡିଶାରେ ବାର ମାସରେ ତେର ପର୍ବ କାହିଁ କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି  ।  ଚୈତ୍ର ମାସର ଶେଷ ଓ ବୈଶାଖ ମାସର ପ୍ରାରମ୍ଭକୁ ମେରୁ ସଂକ୍ରାନ୍ତି ,ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ବୋଲି କୁହାଯାଇଥାଏ  । ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡଯାତ୍ରାରେ ସାମିଲ ହୋଇ ପ୍ରତ୍ୟେକ ମୁହୁର୍ତ୍ତ କଠିନ ପରୀକ୍ଷାର ସମ୍ମୁଖୀନ ହେବା ସହ ନିଷ୍ଠା ଓ ଏକାଗ୍ରତାରେ ଦଣ୍ଡ ପରିବେଷଣ କରିଥାନ୍ତି  । ପରେ ସମସ୍ତେ ମେରୁ ମଣ୍ଡପରେ ଏକତ୍ରିତ ହୋଇଥିଲେ  ।  ଶ୍ରଦ୍ଧାଳୁମାନେ ଯେପରି ମେରୁ ମଣ୍ଡପର ଦୃଶ୍ୟ ସୁବିଧାରେ ଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ ଗ୍ରହଣ କରାଯାଇଥିଲା ।  ଶାନ୍ତିର ପ୍ରତୀକ ଭାବେ ହର ପାର୍ବତୀ  ଓ ମା ଦଣ୍ଡକାଳୀଙ୍କୁ  ମାନସିକଧାରୀ ଦଣ୍ଡୁଆ ମାନେ ନିଷ୍ଠାପର ସାଧନା ଓ କଠିନ ଉପାସନା ସହକାରେ ପରମ୍ପରା ଅନୁଯାୟୀ ଦଣ୍ଡଯାତ୍ରାରେ ସାମିଲ ହୋଇଥିଲେ ।