ବିଦୁ୍ୟତ୍ ଶୁଳ୍କ କମାଇବାକୁ ସିପିଆଇର ଦାବିପତ୍ର
କେନ୍ଦ୍ରାପଡା: ଭାରତୀୟ କମୁ୍ୟନିଷ୍ଟ ପାର୍ଟି କେନ୍ଦ୍ରାପଡା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ୧୨ ଦଫା ଦାବିପତ୍ର କେନ୍ଦ୍ରାପଡା ଟିପିସିଏଲ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ସ୍ୱାଇଁଙ୍କୁ ପ୍ରଦାନ କରାଯଇଛି । ଏହି ଦାବିପତ୍ରରେ ଖରାଦିନେ ଅଘୋଷିତ ବିଦୁ୍ୟତ୍ କାଟ ବନ୍ଦ କରିବା, ଜନ ବିରୋଧୀ ପ୍ରପେଡ୍ ସ୍ମାଟ ମିଟର ସଂଯୋଗ ବନ୍ଦ କରବା, ଓଡିଆ ଲେଖା ବିଲ୍ ପ୍ରଦାନ କରିବା, ବିଦୁ୍ୟତ୍ ଶୁଳ୍କ କମ କରିବା, କର୍ମଚାରୀଙ୍କୁ ସରକାରୀ ଚାକିରିର ମାନ୍ୟତା ଦେବା, କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ମାଗଣାରେ ବିଦୁ୍ୟତ୍ ପ୍ରଦାନ କରିବା, ନୂତନ ଘରୋଇ ଲାଇନ ସଂଯୋଗ, ୩୯୦୦ ପରିବେର୍ତ ୧୫୦୦ ଟଙ୍କା କରିବା, ମିଟର ବାବଦରେ ନେଇଥିବା ୪୦ଟଙ୍କା ବନ୍ଦ କରିବା ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସିପିଆଇର ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ରମେଶ ଚନ୍ଦ୍ର ନାୟକ, ବିକାଶ ଚନ୍ଦ୍ର ବେହୁରା, ଅଜୟ ସାମଲ, ସଂଯୁକ୍ତା ରାଉତ, ପ୍ରଦିପ୍ତ ବେହେରା, ପ୍ରତୁ୍ୟଷ ରଞ୍ଜନ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ ।