ଓଳାଭର କଲେଜର ବାର୍ଷିକ କ୍ରୀଡ଼ା ଉଦ୍ୟାପିତ

ରାଜକନିକା:  ଓଳାଭର କଲେଜ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା ୫୦ତମ କ୍ରୀଡ଼ା ଉତ୍ସବ ଉଦ୍ୟାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି କଲେଜ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରା ଯୋଗଦେଇ ଥିଲେ । ଏହି ଅବସରରେ ରବୀନ୍ଦ୍ର ସେନାପତି, ଡ. ସୁଧୀର ବାରିକ, ଡ. ବସନ୍ତ ସେଠି, କ୍ରୀଡ଼ା ଶିକ୍ଷକ ମନୀନ୍ଦ୍ର ବେହେରା, ଅଧ୍ୟାପକ ମୁରଲୀଧର କର ଯୋଗଦେଇ ନିଜର ମତାମତ ରଖିଥିଲେ । ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ, ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ପ୍ରତାପ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।