ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀଙ୍କ ଆନେ୍ଦାଳନ

 ଭଣ୍ଡାରିପୋଖରୀ: ଶିକ୍ଷକ ଅଭାବ ସମସ୍ୟାକୁ ନେଇ ସୋମବାର ଦିନ ବନ୍ଦାଳ-ମଢ଼ିଆଳି ଉଚ୍ଚ ବିଦ୍ୟାଳୟ ଫାଟକରେ ତାଲା ପକାଇ  ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ  ଧାରଣା ଦେଇଥିଲେ ।ଏହି ବିଦ୍ୟାଳୟରେ ବାଲବିକାଶ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏ ଶିକ୍ଷା ଦାନ ବ୍ୟବସ୍ଥା ଥିବା ବେଳେ ମାତ୍ର ୭ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ବାଲ ବିକାଶରେ ୧୦ ଜଣ, ପ୍ରଥମରୁ ପଞ୍ଚମ ଯାଏ ୪୭ ଜଣ, ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ୮୭ ଜଣ ଓ ନବମ, ଦଶମ ଶ୍ରେଣୀରେ ୮୮ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ମାତ୍ର ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ଶିକ୍ଷକ ନଥିବା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଗତ ଦଶ ବର୍ଷ ଧରି ହିନ୍ଦୀ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି ବିଦ୍ୟାଳୟରେ କୌଣସି ପିଅନ ମଧ୍ୟ ନାହାନ୍ତି । ସେହିପରି ସଂସ୍କୃତ ଓ ଟିଜିଟି ଶିକ୍ଷକ ପଦବୀ ଗୋଟିଏ ଖାଲି ରହିଛି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମାତ୍ର ଦୁଇଜଣ ଶିକ୍ଷକ ରହିଛନ୍ତି । ବିଦ୍ୟାଳୟରେ କିରାଣୀ ମଧ୍ୟ ନାହାନ୍ତି । ଏଥିପାଇଁ ଅଭିଭାବକ ମାନେ ବାରମ୍ବାର ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇଥିବା ଅଭିଭାବକମାନେ କହିଛନ୍ତି । ଖବର ପାଇ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା ବିଦ୍ୟାଳୟରେ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି ।