ବନ୍ୟାରେ ବହୁ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ : ଯାତାୟତ, ବିଦୁ୍ୟତ ପାନୀୟ ଜଳ ବିପର୍ଯ୍ୟସ୍ତ
 ପଟ୍ଟାମୁଣ୍ଡାଇ : ଦୀର୍ଘ ୧ସପ୍ତାହରୁ ଅଧିକ ସମୟ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ଲାଗି ରହିଛି  । ବ୍ରାହ୍ମଣୀ ବୈତରଣୀ ଓ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି ।  ବନ୍ୟା ସ୍ଥିତି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ଯାତାୟାତ, ବିଦୁ୍ୟତ ଓ ପାନୀୟ ଜଳ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଲୋକମାନଙ୍କ ଦୁର୍ଦ୍ଧଶା ବୃଦ୍ଧି ପାଇଛି  । ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୯ଟି ୱାର୍ଡ ପ୍ରଭାବିତ ହୋଇଥିବାବେଳେ ୧୧ହଜାର ଲୋକ ବିପନ୍ନ ହୋଇ ଛନ୍ତି  । 
ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବନ୍ୟା ଘେରରେ ରହି ଦୁର୍ଦ୍ଦଶା ଭୋଗ କରୁଥିବା ବିପନ୍ନ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ବନ୍ୟା ବିପନ୍ନ ନନ୍ଦିନୀ ନଗର, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ବାଲିପଡ଼ା, ନୂଆଗାଁ କଉଡ଼ିପଲ୍ଲୀ ସମେତ ବ୍ଲକର ବାଛରା ପଞ୍ଚାୟତର ମଣ୍ଡପଡା ବାଛରା ଗ୍ରାମକୁ ବୋଟ ଯୋଗେ ଯାଇ ବନ୍ୟା ସ୍ଥିତି ଓ ବିପନ୍ନ ଲୋକ ମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ  । ବନ୍ୟା ସମୟରେ ବିପନ୍ନ ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ  । ଦୀର୍ଘ ଦିନ ହେବ ବନ୍ୟା ଘେରରେ ରହି ନାହିଁ ନଥିବା ଦୁର୍ଦଶା ଭୋଗ କରୁଥିବା ଲୋକ ମାନଙ୍କୁ ଅବିଳମ୍ବେ ବିଦୁ୍ୟତ ଓ ପାନୀୟ ଜଳ ଯୋଗାଣ ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବର୍ଷିଆନ ସମାଜ ସେବୀ ପଟ୍ଟାମୁଣ୍ଡାଇ ସଂଗ୍ରାମ ସମିତି ସଭାପତି ନୃସିଂହ ଚରଣ ଆଚାର୍ଯ୍ୟ ସରକାରଙ୍କ ଠାରେ ଦାବି କରିଛନ୍ତି  ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
