ସ୍କୁଲରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ

 ରାଜନଗର: ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳସ୍ଥିତ ନଳିନୀକାନ୍ତ +୨ବିଦ୍ୟାଳୟରେ ବାଳିକା ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଯୋଗଦେଇ ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ଅଧ୍ୟାପକ ତଥା ପ୍ରୋଗ୍ରାମ ସଞ୍ଚାଳନ ବନୋଜ କୁମାର ପରିଡା ଶିବିରର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବୈଲୋଚନ ରାଉତ, ଗିରିଶକୁମାର ନାୟକ, ଅଧ୍ୟାପିକା ଜ୍ୟୋସô୍ନାବାଳା ଦାଶ, କ୍ରୀଡାଶିକ୍ଷକ କିଶୋରକୁମାର ଚୌଧୁରୀ ପ୍ରମୁଖ ମତାମତ ପ୍ରଦାନ କରିଥିଲେ । ମାଷ୍ଟର ଟ୍ରେନର ପ୍ରୀତିପ୍ରଭା ରାଉତ ବାଳିକାମାନଙ୍କୁ ଆତ୍ମାରକ୍ଷାର କୌଶଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର କର୍ମଚାରୀ ଚୌଧୁରୀ ଜୟନ୍ତ କୁମାର ପ୍ରହରାଜ, ସୁଚିତ୍ରା ବଳ, ଯାମିନୀକାନ୍ତ ରାଉଳ, ଅଶୋକ କୁମାର ରାଉତ ଓ ଦିଗମ୍ବର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।