ଚେସ୍ ପ୍ରତିଯୋଗିତାରେ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ବାଲେଶ୍ୱର : ହାଇଦ୍ରାବାଦ ଠାରେ ଅନୁଷ୍ଠିତ ୧୨ ତମ ଦୃଷ୍ଟି ବାଧିତ ୠଓଊଋ ରେଟିଂ ଜାତୀୟ ଓପନ୍ ଚେସ୍ ପ୍ରତିଯୋଗିତାର ଫାଇନାଲ ଦିବସରେ ବାଲେଶ୍ୱର ସ୍ଥିତ ରାଣୀ ପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ମନିଷା ଟୁଡୁ ଶ୍ରେଷ୍ଠ କନିଷ୍ଠ ବାଳିକା ଖେଳାଳି ଭାବରେ ପୁରସ୍କୃତ ହେବା ସହିତ ଚନ୍ଦନ ସୋରେନ ଶ୍ରେଷ୍ଠ କନିଷ୍ଠ ବାଳକ ଖେଳାଳି ଭାବରେ ପୁରସ୍କୃତ ହୋଇଛନ୍ତି । ଏହି ସଫଳତା ପାଇଁ ଅନୁଷ୍ଠାନର ନିଦେ୍ର୍ଦଶକ ଦିବାକର ସ ଦୁଇ ଜଣଙ୍କୁ ଶୁଭକାମନା ଜଣାଇବା ସହିତ କୋଚ୍ ପ୍ୟାରିମୋହନ ଭୂୟାଁଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।