କୁମ୍ଭେଶ୍ୱର ମନ୍ଦିରରେ ଐତିହ୍ୟ ପଦଯାତ୍ରା  

ଢେଙ୍କାନାଳ :  ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସମର୍ପିତ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ଅନୁଷ୍ଠାନର ୨୬ତମ ପଦଯାତ୍ରା ସଦର ବ୍ଲକ୍  ଦେଓପଡା ସ୍ଥିତ କୁମ୍ଭେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ପଦଯାତ୍ରୀମାନେ  ସେଠାରେ ପହଞ୍ଚôବା ପରେ ମନ୍ଦିର ପୂଜକ ଏବଂ ପରିଚାଳନା କମିଟି ବରିଷ୍ଠ ସଦସ୍ୟମାନେ ପଦଯାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମନ୍ଦିର ପରିସରରେ ଆୟୋଜିତ ଏକ  ଆଲୋଚନାଚକ୍ରରେ ପୂଜକମାନେ ମନ୍ଦିରର ଇତିହାସ ସଂପର୍କରେ ଅବଗତ କରାଇଥିଲେ । 
 ଢେଙ୍କାନାଳ ସୀମାନ୍ତରେ ଅବସ୍ଥିତ କୁମ୍ଭେଶ୍ୱର ମନ୍ଦିର ପ୍ରାୟ ୩୦୦ ବର୍ଷରୁ ଊଦ୍ଧ୍ୱର୍ ପୁରୁଣା । ରାଜତନ୍ତ୍ର ସମୟରେ ଏହା ଆଠଗଡ ରାଜ୍ୟ ଅଧୀନରେ ରହିଥିଲା । ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଢେଙ୍କାନାଳ ରାଜା ତ୍ରିଲୋଚନ ମହେନ୍ଦ୍ର ବାହାଦୂର ଏହି ଅଞ୍ଚଳଟିକୁ ନିଜ ରାଜ୍ୟରେ ମିଶ୍ରଣ କରାଇଥିଲେ । ସେତେବେଳେ ବର୍ତ୍ତମାନର ଦେଓପଡା ଅଞ୍ଚଳଟି ଲକ୍ଷ୍ମୀପ୍ରସାଦ ବିଶ କୁହାଯାଉଥିଲା । ଦେବତାମାନଙ୍କ ପୂଜାର୍ଚ୍ଚନା କରାଯିବା ଲାଗି ଏଠାରେ ବ୍ୟବସ୍ଥା କରାଯିବା ପରେ ସଂପୃକ୍ତ ଅଞ୍ଚଳ ଦେଓପଡା ନାମରେ ନାମିତ ହୋଇଥିଲା । ମନ୍ଦିରଟି ପ୍ରାୟ ୧ଏକରର ଜମି ଉପରେ ଅବସ୍ଥିତ । ମନ୍ଦିର ଭିତରେ ବହୁତ ଖଣ୍ଡିତ ମୂର୍ତ୍ତି, ଶିବଶକ୍ତିଙ୍କ ମୂର୍ତ୍ତି ସମେତ ଚକ୍ର ଆଦି ପୂଜା ପାଉଛନ୍ତି । ଆଠଗଡ ରାଣୀ ରାଧାପ୍ରିୟା ଦେବୀଙ୍କ ସ୍ୱାମୀ ଏହି ମନ୍ଦିରକୁ ନିର୍ମାଣ କରାଇଥିଲେ  । ରାଜାଙ୍କ ଅବର୍ତ୍ତମାନ ପରେ ରାଣୀ ରାଧାପ୍ରିୟା ଦେବୀ ମନ୍ଦିରକୁ ପୂର୍ଣ୍ଣାଙ୍ଗ କରାଇଥିଲେ । ମନ୍ଦିରର ପୂଜକ, ଭାସ୍କର ଚନ୍ଦ୍ର ପଣ୍ଡା, ଶରତ ନାୟକ, ବିବେକାନନ୍ଦ ପଣ୍ଡା, ରଞ୍ଜନ କୁମାର ପଣ୍ଡା, ବିସ୍ମୟ ପଣ୍ଡା ପ୍ରମୁଖ ମନ୍ଦିର ସଂପର୍କରେ ଏହି ସୂଚନା ପ୍ରଦାନ କରିଥିଲେ । ପଦଯାତ୍ରାରେ ସୁଦୂର ହରିୟାନା ହିସାର ୟୁନିଭରସିଟି ଜର୍ଣ୍ଣାଲିଜମ ବିଭାଗ ମୁଖ୍ୟ  ମିହିର ରଞ୍ଜନ ପାତ୍ରଙ୍କ ସମେତ ଗବେଷକ ସୁରେଶ ପ୍ରଧାନ, ଢେଙ୍କାନାଳ ହେରିଟେଜ ୱାକର ତପନ କୁମାର ଶତପଥୀ, ପ୍ର.ଦୁର୍ଗାଚରଣ ବିଶ୍ୱାଳ, ଡ. ମଳୟ ରଞ୍ଜନ ପତି, ରମେଶଚନ୍ଦ୍ର ପତି, ବଦ୍ରିନାଥ ଜେନା, ବିଶ୍ୱରଞ୍ଜନ ଦେହୁରୀ, ନାରାୟଣ ପଟ୍ଟନାୟକ, ସୁନିତା ମହାପାତ୍ର, ସ୍ୱର୍ଣ୍ଣପ୍ରଭା ସେଠୀ, ହୃଦାନନ୍ଦ ବେହେରା, ଆଦିତ୍ୟ ମିଶ୍ର, ପିୟୁଶ ଅଗ୍ରୱାଲା, କରୁଣା କୁମାର ବାରିକ, ସୁଜିତ କୁମାର ଦେବତା, ସଂଗ୍ରାମ କୁମାର ସିଂହ, ଅନିଲଦତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।