ତୁଳସୀ ମହିଳା ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ +୩ ପ୍ରଥମ ବାର୍ଷିକ ଛାତ୍ରୀମାନଙ୍କର ସ୍ୱାଗତ ସମାରୋହ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ନବାଗତା ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକ ଓ ଅଭିଭାବକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂିକା ରହିଛି ବୋଲି ନିଜସ୍ୱ ବ୍ୟକ୍ତ ରଖିଥିଲେ । ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ଦାସ ଛାତ୍ରୀମାନଙ୍କୁ ନୂତନ ପରିବେଶ ସହ ଖାପଖୁଆଇ ଆଗକୁ ଯିବା ପାଇଁ ଦିଗ୍ଦର୍ଶନ ଦେଇଥିଲେ । ରାଜନୀତି ବିଭାଗ ମୂଖ୍ୟା ତଥା ମହାବିଦ୍ୟାଳୟର ବିତୀୟ ଅଧିକାରୀ ଡ଼ ମମତା ସାହୁ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସବିତା ଦାସ, ଅଧ୍ୟାପିକା ଡ଼ ଏରିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସଂସ୍କୃତ ବିଭାଗୀୟ ମୁଖ୍ୟା ଡ଼ ପଦ୍ମଜା କବି ଶତପଥୀ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ସହଶୈକ୍ଷିକ  କାର୍ଯ୍ୟକ୍ରମ ପିଲାଙ୍କର ବ୍ୟକ୍ତିତ୍ୱ ବିକାଶର ସହାୟକ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ । ଶେଷରେ ଇଂରାଜୀ ବିଭାଗର ଅଧ୍ୟାପିକା ପ୍ରଜ୍ଞା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।