ଆତଙ୍କବାଦୀ ଆକ୍ରମଣ ଘଟଣା କଟକରେ ଏନଆଇଏର ପଚରାଉଚରା
କଟକ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚôଥିବା ସ୍ଥାନୀୟ ଦେଉଳ ସାହିର ଭୋଳ ପରିବାରକୁ ପଚରାଉଚରା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଏକ ୩ଜଣିଆ ଟିମ୍ କଟକରେ ପହଁଚିଥିବା ଜଣାପଡ଼ିଛି । କଟକରୁ ଭୋଳ ପରିବାରର ୪ ଜଣ ସଦସ୍ୟ ପହଲଗାମ ଯାଇଥିଲେ । ଅପ୍ରେଲ ୨୨ର ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା । ପହଲଗାମ୍ ହମଲାରେ ଅଳ୍ପକେ ଭୋଳ ପରିବାର ମୃତୁ୍ୟ ମୁଖରୁ ବଞ୍ଚô ଯାଇଥିଲେ । ହେଲେ ଏହି ପରିବାରର ଜଣେ ବୃଦ୍ଧ ମହିଳା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ହୋଇଥିଲେ । ଗୃହ ମନ୍ତ୍ରଣାଳୟ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରବା ପରେ ଆଜି ଏନଆଇଏର ଏକ ତିନି ଜଣିଆ ଟିମ କଟକରେ ପହଁଚି ଭୋଳ ପରିବାରକୁ ପାଖାପାଖି ୨ ଘଣ୍ଟା ପଚରାଉଚରା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଏନଆଇଏ ଟିମ ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥିଙ୍କ ପରିବାରକୁ ମଧ୍ୟ ପଚରାଉଚରା କରିଥିଲେ ।
ସରିଲା କ୍ରେଡ଼ାଇ...
ଅଧିବେଶନ, ବିଶେଷଜ୍ଞ ପ୍ୟାନେଲ ଏବଂ ଟ୍ରେଣ୍ଡ ଆଲୋଚନା ଅଂଶଗ୍ରହଣକାରୀଙ୍କ ପାଇଁ ଅଭିଜ୍ଞତାକୁ ଆହୁରି ସମୃଦ୍ଧ କରିଥିଲା । କାର୍ଯ୍ୟକ୍ରମରେ କ୍ରେଡ଼ାଇର ଅଧ୍ୟକ୍ଷ ଡିଏସ୍ ତ୍ରିପାଠୀ, ସଭାପତି ସ୍ୱଦେଶ କୁମାର ରାଉତରାୟ, ଉପସଭାପତି ଉମେଶ ଖଣ୍ଡେଲୱାଲ, ସମ୍ପାଦକ ଅନୀଲ କୁମାର ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ସଦସ୍ୟ କଳିଙ୍ଗ କେଶରୀ ରଥ, କ୍ରେଡ଼ାଇ ବାଲେଶ୍ୱର ସଭାପତି ବିଭୁ ଚନ୍ଦନ ଜେନା, କ୍ରେଡ଼ାଇ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ବିଧାୟକ ସୋଫିଆ ଫିଦେ୍ର୍ଦାଶ ଉପସ୍ଥିତ ଥିଲେ ।