‘କୋଶମ୍ଭ ସାଂସ୍କୃତିକ ଏକତା ଓ ଭାଇଚାରାର ଅପୂର୍ବ ସଙ୍ଗମ’
ବାଲେଶ୍ୱର: କଳା ଓ ସଂସ୍କୃତି ଓଡ଼ିଆ ଜାତିର ଆଧାର ଓ ଆମ ସମାଜର ଭିତ୍ତିଭୂମି । ଓଡ଼ିଶାର ବିଭିନ୍ନ ପାରମ୍ପରିକ କଳାର ପ୍ରଚାର, ପ୍ରସାର ଓ ସଂରକ୍ଷଣର ଲକ୍ଷ୍ୟ ରଖାଯାଇ ଲୋକ କଳାକାରମାନଙ୍କୁ ବ୍ୟାପକ ସୁଯୋଗ ଦେଇ ଓଡିଆ ଅସ୍ମିତାର ଗାରିମାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ କୋଶମ୍ୱ ସର୍ବୋତ୍ତମ ବିକଳ୍ପ ବୋଲି ମୁଖ୍ୟଅତିଥି ଭାବେ ଯୋଗ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲା ମହୋତ୍ସବ କୋଶମ୍ଭ-୨୦୨୫ର ତୃତୀୟ ସନ୍ଧ୍ୟାରେ ମତବ୍ୟକ୍ତ କରିଛନ୍ତି । ଏହି ସମାରୋହରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ମୁଖ୍ୟଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ ଓ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ପ୍ରମୁଖ ମଂଚାସୀନ ଥିଲେ । ପ୍ରଦୀପ ପ୍ରଜ୍ୱଳନ ପରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଆଜିର ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଦର୍ଶକଙ୍କ ମନ ମୋହିଥିଲା ଆୟୋଜିତ ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ । ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଯାଦୁଗରି କଣ୍ଠରେ ବିମୋହିତ ହୋଇଥିଲେ ଦର୍ଶକ । ଏହାସହ କଣ୍ଠଶିଳ୍ପୀ ଚିରାଜଦୀପ ଓ ମଳୟଙ୍କ ସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକ ।