ବ୍ୟବସାୟୀଙ୍କ ସ୍ମୃତିଚାରଣ ସଭା
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘର ପୂର୍ବତନ ଉପସଭାପତି ଅଭିରାମ ସାହୁଙ୍କ ପରଲୋକରେ ତାଙ୍କର ଦିବଙ୍ଗତ ଆତ୍ମାର ସଦ୍ଗତି ପାଇଁ ସଂଘ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରମୋଦ ପଣ୍ଡାଙ୍କ ପୌରୋହିତ୍ୟରେ ଏଥିରେ ସଂପାଦକ ଜୀବନାନନ୍ଦ ଦାଶ, ଉପସଭାପତି ବଳରାମ ସାହୁ, ସହକୋଷାଧ୍ୟକ୍ଷ ବଂଶୀଧର ସାମଲ, ଗୁରୁଚରଣ ନାୟକ, ଯୁଗ୍ମ ସଂପାଦକ ମନମୋହନ ଓଝା, କରୁଣାକର ସାହୁ, ରବିନ୍ଦ୍ର ରାଉତ, ରମେଶ ଚନ୍ଦ୍ର ସାହୁ, ବିଜୟ କୁମାର ସ୍ୱାଇଁ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅଭିରାମଙ୍କ ସୁଗୁଣାବଳୀ ସଂକ୍ରାନ୍ତରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଆତ୍ମାର ସଦ୍ଗତି ପାଇଁ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।