ସ୍ଲଗ-ମାର୍କେଟିଂ ନାଁରେ ଠକେଇ ; ଥାନାରେ ଦ୍ୱାରସ୍ଥ ହେଲେ ମହିଳା
ରାଜକନିକା : ସ୍ଲଗ-ମାର୍କେଟିଂ ନାଁରେ ଠକେଇ । ଲଟେରୀ ଉଠିଛିକହି ମହିଳାଙ୍କ ଠାରୁ ୩ ହଜାର ୬ ଶହ ଟଙ୍କା ଲେଖାଏଁ ଠକି ନେଲେ ଠକ । ଠକେଇର ଶିକାର ହେବାପରେ ଏବେ ମହିଳାମାନେ ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ରାଜକନିକା ଥାନା ତରାସ ଗାଁର ୧୦ରୁ ଊର୍ଦ୍ଧ୍ୱ ମହିଳାମାନେ ଏଭଳି ଠକେଇର ଶିକାର ହୋଇଥିବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ୫/୬ଜଣ ଲୋକେ ଗାଁରେ ପହଁଚି ମହିଳାଙ୍କୁ ୧୦୦ଟଙ୍କାର କୂପନ କିଣି ଲାଟେରୀ ଉଠାନ୍ତୁ ଆଉ ଆକର୍ଷଣୀୟ ଉପହାର ପାଆନ୍ତୁ ବୋଲି କହିଥିଲେ । ଲୋଭରେ ପଡି ମହିଳାମାନେ କୂପନ କିଣି ଉଠାଇବା ପରେ ଗଡ଼ରେଜ, ଫ୍ରିଜ ଓ ହୋମଥୀଏଟର ଉଠିଥିଲା । ଏହି ଜିନିଷ ନେବା ପାଇଁ ମହିଳାମାନଙ୍କୁ ଆଉ ୩୫୦୦ଟଙ୍କା ଦେବାକୁ କହିଥିଲେ ଠକମାନେ । ମହିଳାମାନେ ଟଙ୍କା ଦେବାପରେ ଜିନିଷ ପଛରେ ଆସୁଛି କହି ୫/୬ଜଣ ଠକ ଗାଁ ଛାଡି ଫେରାର ହୋଇଯାଇଥିଲେ । ପରେ ମହିଳାମାନେ ସେମାନଙ୍କ ଫୋନ୍ରେ କଲ କରିବାରୁ ଠକମାନେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଉଥିବା ରାଜକନିକା ଥାନରେ ତରାସ ଗାଁର ଗାୟତ୍ରୀ ଦାଶ, ସବିତା ନାୟକ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ରାଜକନିକା ପୋଲିସ ଆରମ୍ଭ କରିଛି ।