ନଦୀରେ ପଡ଼ି ଶ୍ରମିକ ମୃତ

କାମାକ୍ଷାନଗର : ନଦୀରେ ପଡ଼ି ଶ୍ରମିକ ମୃତ । ବ୍ରିଜ ମରାମତି ବେଳେ ନଦୀରେ ଖସି ପଡ଼ି ଚାଲିଗଲା ଜୀବନ । ଢେ଼ଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ଓ ପଣ୍ଡୁଆ ପାଣ୍ଡି କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀ ସାରଙ୍ଗଧର ସେତୁ ବ୍ରିଜ ମରାମତି କାର୍ଯ୍ୟ ବେଳେ ନଦୀକୁ ଖସିପଡ଼ି ଦିଲୀପ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏନେଇ ଢେଙ୍କାନାଳ ଅଗ୍ନିଶମ ବିଭାଗ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି । ତେବେ ଜଣେ ନିଖୋଜ ଥିବାବେଳେ ନଦୀରେ ଖୋଜିବା ପରେ ମୃତଦେହକୁ ମିଳିଛି। ସୂଚନା ଅନୁଯାୟୀ ଏହି ଘଟଣା ଗତକାଲି ରାତିର ବୋଲି ଜଣାପଡ଼ିଛି । ମୃତ ଦିଲୀପଙ୍କ ଘର ବିହାର ରାଜ୍ୟ ମୁଟିଆରି ଜିଲା ଚାଉଥଲା ଥାନା ମହମଗଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି । ଏନେଇ ପୁଲିସର ତଦନ୍ତ ଜାରି ରହିଛି l