ସ୍ୱଚ୍ଛ ସର୍ବେକ୍ଷଣ ଓ ଜନ ସଚେତନତା କାର୍ଯ୍ୟକ୍ରମ 

ଦେବଗଡ: ପୌର କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନପାଟ ଜଳପ୍ରପାତ ନିକଟରେ ସ୍ୱଚ୍ଛ ସର୍ବ?କ୍ଷଣ ଏବଂ ଜନ ସଚେତନତା କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଓ ଭାରପ୍ରାପ୍ତ ପେ?ରାଧ୍ୟକ୍ଷ ପ୍ରଜିତ ଭୋଜ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ???ର ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଉନସିଲର ପିଙ୍କିରାଣୀ ସାହୁ ସରୋଜିନୀ ମୁଣ୍ଡା,ବାସନ୍ତୀମଣି ମାଝୀ,ସଂଯୁକ୍ତା ଆଚାର୍ଯ୍ୟଙ୍କ ସମେତ ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ପରିମଳ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ପ୍ରଧାନପା?ଟର ସଫେଇ କରିଥିଲେ ।