ସ୍ୱଚ୍ଛତା କାର୍ଯ୍ୟକ୍ରମ
ଖଇରା : ଖଇରା ବ୍ଲକ ଅଧୀନ ସୁଣ୍ଢିରାଗଣ୍ଡିବେଡ ଗ୍ରାମ ପଞ୍ଚାତରେ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିବେଶ ଚତୁପାଶ୍ୱର୍ରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସରପଞ୍ଚ ମମତାରାଣୀ ପରିଡା ମହିଳା ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ସୁଣ୍ଢିରା ଆଖଣ୍ଡଳେଶ୍ୱର ଶିବ ମନ୍ଦିର ଚତୁଃପାଶ୍ୱର୍କୁ ସଫା କରିବା କାର୍ଯ୍ୟରେ ବ୍ୟସ୍ଥ ରହିଥିଲେ । ମନ୍ଦିର ଚାରିପଟେ ପଡି ରହିଥି କାଠି, କୁଟା ଭଳି ଆବର୍ଜନା ଠୁଳ କରି ତାକୁ ଉଠାଇ ଆବର୍ଜନା କୁଣ୍ଡରେ ପକାଇଥିଲେ । ଏମବିକେ ଶଙ୍କୁନ୍ତଳା ବେହେରା, ସିଆରପି ଭାରତୀ ଲେଙ୍କା, ସନ୍ଧ୍ୟାରାଣୀ ନାୟକ, ୱାର୍ଡସଭ୍ୟା ରଶ୍ମିତା ଲେଙ୍କା ଓ ନିର୍ବାହୀ ଅଧିକାରୀ ତୁଷାର ମହଲା, ଗ୍ରାମ ମୁଖିଆ ବସନ୍ତ ଲେଙ୍କା, ପର୍ଶୁରାମ ନାୟକ, ହରିଶ ପରିଡା ପ୍ରମୁଖ ଏହି ସ୍ୱଚ୍ଛତା ଅଭିଯାନରେ ସରପଞ୍ଚଙ୍କୁ ସହାୟତା କରିଥିଲେ ।