ଜଳୁଛି ସ୍ୱର୍ଣ୍ଣଚୂଡ ଜଙ୍ଗଲ
ନୀଳଗିରି : ହୁତୁ ହୁତୁ ନିଆଁରେ ଜଳୁଛି ସ୍ୱର୍ଣ୍ଣଚୂଡ ପାହାଡର ଚାଲଣାପାଳ ଜଙ୍ଗଲ । ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ ସ୍ୱର୍ଣ୍ଣଚୂଡ ପାହାଡ ଚାଲଣାପାଳ ଜଙ୍ଗଲରେ ନିଆଁ ଲାଗିଛି । ଭୟଙ୍କର ଜଙ୍ଗଲ ନିଆଁରେ ବହୁ ମୂଲ୍ୟବାନ ବୃକ୍ଷ ଜଳିପୋଡ଼ି ନଷ୍ଟ ହେବାକୁ ବସିଛି । ପବନର ବେଗ ବଢିବା ସହ ବ୍ୟାପିବାରେ ଲାଗିଛି ନିଆଁ । ନିଆଁର ପ୍ରଖର ଏତେ ଜୋର ରହିଛି ଆଖି ପିଛୁଳାକେ ଆଗକୁ ଆଗକୁ ମାଡି ଚାଲିଛି ନିଆଁ । ଫଳରେ ବନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି । ସୋମବାର ଦିନ ପ୍ରାୟ ୧୦ଟା ବେଳେ ଏ ନେଇ ଜଣାପଡିଥିଲା । ପବନ ଯୋଗୁ ନିଆଁର ପ୍ରକୋପ ଅଧିକ ରହିଥିଲା । ଫଳରେ ସନ୍ଧ୍ୟା ସୁଦ୍ଧା ଏକର ଏକର ଜଙ୍ଗଲର ଶହ ଶହ ଗଛ ପୋଡିଯାଇଥିଲା । ଖବର ପାଇ ନୀଳଗିରି ବନ ବିଭାଗର ୧୦ ଜଣ ବନ କର୍ମଚାରୀ ପହଞ୍ଚô ବ୍ଲୟର୍ ଦ୍ୱାରା ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଲେ ସଫଳ ହୋଇନଥିଲେ । ତେବେ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଥିବାର ଖବର ପ୍ରଚାରିତ ହୋଇ ଥିବା ବେଳେ ନିଆଁ ଲିଭାଇବାରେ ସହଯୋର ହାତ ବଢାଇଥିଲେ ନୀଳଗିରି ବ୍ଲକ ଅଧିନ ଗୋପୀନାଥପୁର ଅଞ୍ଚଳର ମହାବୀର ଫାଉଣ୍ଡେସନ ବିଦ୍ୟାଧର ବାରିକଙ୍କ ସଂଗଠନର ସକ୍ରିୟ ସଦସ୍ୟମାନେ ।