ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସାଧାରଣ ସଭା

 କେନ୍ଦ୍ରାପଡ଼ା : କେନ୍ଦ୍ରପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୩୦ ତମ ବାର୍ଷିକ ଉତ୍ସବ ଏବଂ ସାଧାରଣ ସଭା ଉଦୟନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ଜୁନ ୨୯ ତାରିଖରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ୟାଙ୍କର ପ୍ରତିଷ୍ଠତା ନିଦେ୍ର୍ଦଶକ ଓ ପୂର୍ବତନ ନିଦେ୍ର୍ଦଶକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ବିଗତ ବର୍ଷର ବିବରଣୀ ପାଠ କରିଥିଲେ । ସଭାପତି ବ୍ୟାଙ୍କର ପ୍ରଗତି ଉପରେ ଆଲୋକପାତ କରି କହିଥିଲେ ଯେ, ବ୍ୟାଙ୍କର ଆର୍ଥୀକ ସ୍ଥିତି ଯଥା ଜମା ଗ୍ରହଣ ଋଣ ଲଗାଣ ଓ ଅନାଦେୟ ଋଣ ଆଦାୟରେ ଯଥେଷ୍ଟ ଉନ୍ନତି ଘଟିଛି । ପରେ କେନ୍ଦ୍ରାପଡା ଜିଲ୍ଲାରେ ମ୍ୟାଟ୍ରିକ ଟପ୍ପର ହୋଇଥିବା ଛାତ୍ର ଶୁଭମ ଜ୍ୟୋତି ରାଉତଙ୍କୁ ବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବ୍ୟାଙ୍କ ଉନ୍ନତି ପାଇଁ ପରିଚାଳନା ପରିଷଦକୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ନୂତନ ଶାଖା ସଂପ୍ରସାରଣ ପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱପ୍ରକାଶ କାନୁନଗୋ, ଡ. ସିପ୍ରା ମଲ୍ଲିକ, ହଳଧର ସେଠୀ, ଆକବର ଅଲ୍ଲୀ, ପ୍ରଫୁଲ୍ଲକୁମାର ସାହୁ, ପ୍ରଦୀପ କୁମାର ମହାନ୍ତି, ଭାଗୀରଥି ଜେନା, ଫକିର ଚରଣ ଖଟୁଆ, ସୁସିଲ ସାମଲ,ଶକ୍ତିକାନ୍ତ ପାତ୍ର, ବାବୁଲି ବେହେରା, ମୁକ୍ତାର ଖାନ, ବିଧାନ ଚନ୍ଦ୍ର ସାମଲ, ପରେଶ ଚନ୍ଦ୍ର ଦାସ, ନାରାୟଣ ପତି ଅବଧୁତ ରାଉତ, ସବେଶ୍ୱର ସେଠୀ ଓ ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ବିଭିନ୍ନ ସୁଚିନ୍ତିତ ମତାମତ ଦେଇଥିଲେ ।