ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ
ାା ପ୍ରଭାନୁ୍ୟଜ ।ା ଚଣ୍ଡିଖୋଲ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚଣ୍ଡିଖୋଲ ପ୍ରୟାସ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୯୩ ତମ ଜୟନ୍ତୀ ପାଳନ କରାଯାଇଛି । ଡ଼ କଲାମ ୨୦୦୩ ମସିହାରେ ବାୟୁସେନା ହେଲିକପ୍ଟରରେ ଆସି ପଞ୍ଚଦେବତା ମହାବିନାୟକ ପାଦ ଦେଶରେ ଥିବା ତିନି ଆଦିବାସୀ ଶବର ସାହିରେ ପାଦ ଥାପିଥିଲେ । ତିନି ଶବର ପଲ୍ଲୀ ତଥା ଶିବପୁରମ୍, ପାର୍ବତୀ ପୁରମ୍ ଓ ଗଣେଶ ପୁରମ୍ ନାମରେ ଗ୍ରାମରେ ସାହେବ୍ ସି ବର୍ମା ରାଷ୍ଟ୍ରୀୟ ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ ପକ୍କା ଘରକୁ ଲୋକାର୍ପଣ କରିଥିଲେ । ଯେହେତୁ ରାଷ୍ଟ୍ରପତି କଲାମ୍ ଏହି ଅଞ୍ଚଳକୁ ଆସିଥିଲେ ତାଙ୍କର ଜନ୍ମ ଜୟନ୍ତୀକୁ ମନେ ରଖିବା ପାଇଁ ପ୍ରୟାସ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ରାଣୀବନ୍ଦୀ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା । ବଡଚଣା ବିଧାୟକ ଅମର କୁମାର ନାୟକ ପ୍ରଦୀପ୍ ପ୍ରଜଳନ ଓ ପୁସ୍ପମାଲ୍ୟ ଦେଇ ଜୟନ୍ତୀକୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କେଦାର ନାଥ ଦାସ୍ ଯୋଗ ଦେଇ କଲାମଙ୍କ ଜୀବନୀ ଦର୍ଶନ ଉପରେ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା ଓ ପ୍ରାଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ଆଇନଜୀବୀ ଦେବରାଜ ବେହେରା, ସୁଶ୍ରୀ କାମିନୀ ନାୟକ, ପବିତ୍ର ରାଉତ ଜଗନ୍ନାଥ ମୁଦୁଲି ଯୋଗ ଦେଇଥିଲେ । ସଭାପତି ଆଶିସ ରଞ୍ଜନ ମହାପାତ୍ର ସଭାପତିତ୍ୱ କରିଥିଲେ । ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପାଠ ସମ୍ପାଦକ ଭାରଣ ଭୁଷଣ ପଣ୍ଡା କରିଥିଲେ । ଅନୁଷ୍ଠାନ ପକ୍ଷରୁ ପରିବେଶ ବିତ୍ ଖିରୋଦ ଜେନା, ସମାଜସେବୀ ପ୍ରମିଳା ସି ଓ ବିକ୍ରମ ଦାଶଙ୍କୁ ରୋଗୀ ସମ୍ମାନରେ ସମ୍ବୋଧିତ କରାଯାଇଥିଲା । ଅନୁଷ୍ଠାନର ପ୍ରତାପ ଗୋଛୟତ, ଭବତୋଷ ବିଶ୍ୱାଳ, ରାଜେନ୍ଦ୍ର ନାୟକ, ସୁଶାନ୍ତ ନାୟକ, ଆଦିତ୍ୟ ବେହେରା, ବସନ୍ତ ପଲେଇ, ପ୍ରମୋଦ ମହାପାତ୍ର, ବିଶ୍ୱଜିତ୍ ବରାଳ, ମୋହନ ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେଉପଦେଷ୍ଟା ସୁରେନ୍ଦ୍ର ସାମଲ୍ ଧନ୍ୟବାଦ ଦେଇଥିଲେ ।