ଭୂତକୋଠି ପାଲଟିଛି କୋଟିଏରେ ନିର୍ମିତ କୁକୁଡ଼ା ପାଳନ କେନ୍ଦ୍ର
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ମହିଳା ମାନଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେବା ପାଇଁ ଗତ ସରକାର ଯୋଜନା ପରେ ଯୋଜନା କରିଥିଲେ । କିନ୍ତୁ ପ୍ରଣୀତ ଯୋଜନା କିଭଳି ଦିଗହରା ଥିଲା, ତାହା ଯାଜପୁର ବ୍ଲକ ଅନ୍ତର୍ଗତ ମାଳଆନନ୍ଦପୁର୍ ପଞ୍ଚାୟତ ୧୨ନମ୍ବର ୱାର୍ଡ ବଜରପଡା ଠାରେ ନିର୍ମିତ କୁକୁଡ଼ା ପାଳନ କେନ୍ଦ୍ରକୁ ଦେଖିଲେ ବୁଝାପଡ଼ିଯାଉଛି । ଏଠାରେ ମିସନଶକ୍ତି ଓ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି କରାଯାଇଥିବା କୁକୁଡ଼ାପାଳନ କେନ୍ଦ୍ର । ଯାହା ଏବେ ଗାଇ ଗୁହାଳ ସାଙ୍ଗକୁ ଭୂତକୋଠି ପାଲଟିଛି । ଏଠାରେ ଛେଳି, କୁକୁଡ଼ା, ଗାଈ ପାଳନ ପାଇଁ ଫାର୍ମ ତିଆରି ସରିଥିଲେ ମଧ୍ୟ ତାହା ଏବେ ବୁଲା ଗାଈଗୋରୁ ଠୁ ଆରମ୍ଭ କରି ସେଠୀ ମଦୁଆଙ୍କ ଆସର ଜମୁଛି । କୋଟିଏରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ ହେଲେ ତାହା କାମରେ ଲାଗୁନି । ଯଦି କାହା କାମରେ ଲାଗୁନି ତାହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କାହା ସ୍ୱାର୍ଥରେ କରାଯାଇଥିଲା ଏ ପ୍ରଶ୍ନ ଏବେ ଶୁଣିବାକୁ ମିଳୁଛି । ଏଠି କାମ କରି ଠିକା ସଂସ୍ଥା ମାଲେମାଲ ହୋଇଥିବା ବେଳେ ସରକାରଙ୍କ ଯୋଜନା କେବଳ ନିର୍ମାଣରେ ଶେଷ ହୋଇଗଲା ବୋଲି କୁହାଯାଉଛି । ଯାହା ଆଲୋଚନାର ବିଷୟ ପାଲଟିଛି ଏଥିପ୍ରତି ବିଜେପି ସରକାର ଦୃଷ୍ଟିଦେବାକୁ ଦାବି କରାଯାଇଛି ।