‘ସ୍ୱପ୍ନ, ବାସ୍ତବତା ଓ ଗଣ ସଙ୍ଗଠନର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର : ସମସ୍ତଙ୍କ ସହଯୋଗ ରହିଲେ ବିକଶିତ ଓଡ଼ିଶା ସ୍ୱପ୍ନ ସାକାର ହେବ

 ବ୍ୟାସନଗର : ଛାତ୍ର ଠାରୁ ଆରମ୍ଭ କରି ଯୁବକ, ବ୍ୟବସାୟୀଙ୍କ ଠାରୁ ବରିଷ୍ଠ ସମସ୍ତଙ୍କ ସହଯୋଗ ରହିଲେ ବିକଶିତ ଓଡ଼ିଶା, ୨୦୩୬ର ସ୍ୱପ୍ନ ବାସ୍ତବରେ ପରିଣତ ହେବ । ସମାଜରେ ଭାଇଚାରା ପରସ୍ପର ଭଲ ପାଇବା ରହିଲେ ରାଜ୍ୟ ପ୍ରକୃତ ବିକଶିତ ହେବ ବୋଲି "ବିକଶିତ ଓଡ଼ିଶା ୨୦୩୬: ସ୍ୱପ୍ନ ଓ ବାସ୍ତବତା ଏବଂ ଗଣ ସଙ୍ଗଠନର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇଥିବା ଅତିଥି ମତ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ତରଫରୁ ସ୍ୱର୍ଗତଃ ମଦନ ମୋହନ ସ୍ୱାଇଁଙ୍କ ୮୪ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଆଲୋଚନା ଚକ୍ର ସଭାପତି ବିବେକାନନ୍ଦ ମହାନ୍ତି ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ କୋରେଇ ବିଧାୟକ ଆକାଶ ଦାସ ନାୟକ ଉଦ୍ଘାଟନ କରିଥିଲେ । ଆଲୋଚନାଚକ୍ରର ମୁଖ୍ୟ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମତ ରଖି କହିଥିଲେ କି ଓଡ଼ିଶାର ପ୍ରତ୍ୟେକ ଦିଗରୁ ବିଶେଷ କରି ବେରୋଜଗାର, ବେକାରୀ, ଶିଶୁ ମହିଳା ମୃତୁ୍ୟ ଅନାହାର ମୃତୁ୍ୟ ବନ୍ଦ ହୋଇପାରିଲେ ବିକାଶ ସମ୍ଭବ ହେଇପାରିବ । ବିଗତ ୨୦ବର୍ଷରେ ବିକାଶ ହୋଇଥିଲେ ମଧ୍ୟ ଆମେ ବିକାଶ ଶିଳ ଅବସ୍ଥାରେ ଅଛୁ ବିକଶିତ ହେବାକୁ ହେଲେ ସ୍ଥାନୀୟ ନିଯୁକ୍ତି ସହିତ ପ୍ରାକୃତିକ ସମ୍ପଦକୁ ପ୍ରକୃତ ବିନିଯୋଗ କରି ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା କଲେ ଏହା ସମ୍ଭବ ହେଇପାରିବ । ମୁଖ୍ୟବକ୍ତା ଭାବେ ଇଷ୍ଟର୍ନ ମିଡ଼ିଆ ଲିମିଟେଡ଼ର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସରକାରଙ୍କର ଦୃଢ଼ ଇଚ୍ଛା ଶକ୍ତି ବଳରେ ହିଁ ଓଡ଼ିଶା ବିକଶିତ ହେଇପାରିବ । ସରକାରୀ ଯୋଜନା ଉଚିତି ଭାବରେ ପରିଚାଳନା ଦୁର୍ନିତି ରୋକିବା ଏବଂ ଲୋକମାନଙ୍କ ଅଭିଯୋଗକୁ ସକାରାତ୍ମକ କରିବାରେ ପ୍ରକୃତ ଓଡ଼ିଶା ବିକଶିତ ହେଇପାରିବ । ସମ୍ମାନିତ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଯୋଗଦେଇ କେନ୍ଦୁଝର ଜିଲ୍ଲା ଯାଜପୁର ଜିଲ୍ଳା ଉପରେ ନିର୍ଭରଶୀଳ ଏବଂ ଯାଜପୁର ଜିଲ୍ଳା କେନ୍ଦୁଝର ଜିଲ୍ଲା ନିର୍ଭରଶୀଳ, କେନ୍ଦୁଝର ଯାଜପୁର ଅଙ୍ଗାଙ୍ଗି ଭାବରେ ଜଡ଼ିତ ଏବଂ ମୋହନ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ବଦ୍ଧ ପରିକର ବୋଲି ମତ ପ୍ରକାଶ କରିଥିଲେ । ଅତିରିକ୍ତ କମିଶନର ସତ୍ୟ ନାରାୟଣ ପଣ୍ଡା ଟିକସ ଆଦାୟରେ ଜଣା ପଡ଼େ ଅଞ୍ଚଳ ତଥା ରାଜ୍ୟ କେତେ ବିକଶିତ ଯାଜପୁର ରେଞ୍ଜ ଓଡିଶାରେ ଟିକସ ଆଦୟରେ ୨ୟ ସ୍ଥାନ ହାସଲ କରିଥିବାରୁ ଏହା ଆମ ପାଇଁ ଖୁସିର କଥା ଏବଂ ରାଜ୍ୟ ବିକାଶଶିଳ ଆଗକୁ ହେଇପାରିବ ବୋଲି ଆଶାବାଦୀ । ସମ୍ପାଦକ ଧନେଶ୍ୱର ବାରିକ ସଂପାଦକୀୟ ବିବରଣୀ ପାଠ କରିଥିଲା ବେଳେ ଉପସଭାପତି ସସ୍ମିତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥଲେ । କାର୍ଯ୍ୟକ୍ରମରେ ଆଦର୍ଶ ମା ଭାବେ ସାରଥୀ ରାଣୀ ସ୍ୱାଇଁ, ଆଦର୍ଶ ପିତା ସତ୍ୟନାରାୟଣ ମହାନ୍ତି, ଆଦର୍ଶ ଦମ୍ପତି ପ୍ରସନ୍ନ କୁମାର ସାମଲ, କ୍ଷମାମୟୀ ସାମଲ, ଆଦର୍ଶ ଓକିଲ ନଟବର ପଣ୍ଡା, ଆଦର୍ଶ ଉଦ୍ୟୋଗପତି ପ୍ରଲୁବ୍ଧ ଜେନାଙ୍କୁ ମାନପତ୍ର ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ବରିଷ୍ଟ କାର୍ଯ୍ୟକର୍ତ୍ତା ଲକ୍ଷ୍ମୀଧର ସାହୁ ରଞ୍ଜନ କୁମାର ମଲ୍ଲିକ, ସୂର୍ଯ୍ୟମଣି ପାଢ଼ୀ, ଅଜୟ କୁମାର ବିଶ୍ୱାଳ, ଦୂର୍ବାଦଳ ବସୁ, ହେମନ୍ତ କୁମାର ପଥାଳ, ମାନସ ରଞ୍ଜନ ସାମଲ, ରମାକାନ୍ତ ନନ୍ଦ, ଦିଲ୍ଲୀପ କୁମାର ମଲ୍ଲିକ, ଅକ୍ଷୟ କୁମାର ବାରିକ, ରତିକାନ୍ତ ବେହେରା, ପ୍ରବୀର କୁମାର ରାଉତ ଓ ଚନ୍ଦନ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।