ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ
ରାଜକନିକା: ରାଜକନିକା ବ୍ଲକର ବିଭିନ୍ନ ସ୍ଥାନରେ ଧୁମଧାମରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳିତ ହେଉଛି । ରାଜକନିକା ଷ୍ଟ୍ରକଚର ଛକରେ ବିଦୁ୍ୟତ୍ ବିଭାଗ ଏବଂ ଓଳାଭର ବିଦୁ୍ୟତ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜ ଅନୁଷ୍ଠିତ ହେଉଥିବା ବେଳେ ସେବାସାହି ଛକରେ ସାହୁ ଆଣ୍ଡ ସେନାପତି ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆଜିକୁ ଦୀର୍ଘ ୧୭ବର୍ଷ ହେବ ବିଶ୍ୱକର୍ମା ପୂଜାଧୂମଧାମରେ ୪ଦିନ ହେବାକୁ ଥିବା ସାଙ୍ଗର ସଭାପତି ସଞ୍ଜୟ କୁମାର ସାହୁ, ସମ୍ପାଦକ ପ୍ରଶାନ୍ତ କୁମାର ସେନାପତି, ଉପସଭାପତି ବାଇଧର ଜେନା, ସହ-ସମ୍ପାଦକ ନିହାର ରଞ୍ଜନ ନାୟକ ଓ କୋଷାଧ୍ୟକ୍ଷ ଭାଗିରଥି ସାହୁ କହିଛନ୍ତି । ସେହିପରି କଣ୍ଟପଡା ବଜାର ରିକ୍ସା ସଙ୍ଘ, ଗୋକରନେଶ୍ୱର ଛକ ଚନ୍ଦନ ପୋଖରୀ ଛକ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି ।
କେନ୍ଦୁଝର: କେନ୍ଦୁଝର ଧରଣଧର ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ଧରଣୀଧର ଉଚ୍ଛ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ ହୋଇଛି । ପୂଜାକାର୍ଯ୍ୟରେ ଧନ୍ଧା ମୂଳକ ଶିକ୍ଷା ବିଭାଗର କଂଷ୍ଟ୍ରକ୍ସନ ଇଞ୍ଜିନିୟର ରାଜୀବ ଲୋଚନ ଜେନା ପରିଚାଳନା କରିବା ସହ ଦାୟିତ୍ୱ ତୁଲାଇଥିଲେ । ଅଟୋମୋଟାଇଭ ଇଂଜିନିୟର ମୁଖ୍ୟ ମୋହନ କୁମାର ନାୟକ ସମେତ ଅନ୍ୟ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ପୂଜାର୍ଚ୍ଚନା କରିବା ସହିତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।
କଟକ : କଟକ ସହରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ, ଜଗତପୁର ଓ ଖପୁରିଆ ଶିଳ୍ପାଞ୍ଚଳ, ଇଂଜିନିୟରିଂ ସଂସ୍ଥା ଏବଂ ଅଟୋ, ଟ୍ୟାକ୍ସି, ଟ୍ରକ ଓ ବସ ମାଲିକ ସଂଘ ପକ୍ଷରୁ ସହରରେ ବହୁ ଜାକଯମକରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ଅଞ୍ଚଳରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ଯଥାବିଧି ପୂଜା କରାଯାଇଥିଲା । ସେହିପରି ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ରଂଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇଥିଲା । ବିଶ୍ୱକର୍ମା ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ଖଣ୍ଡପଡ଼ା : ଖଣ୍ଡପଡ଼ା ସହର ସମେତ ଆଖପାଖ ଗ୍ରାମରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଉତ୍ସବ ପାଳିତ ହୋଇଯାଇଛି । ଖଣ୍ଡପଡ଼ା ପୂର୍ତ୍ତବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ବିଦୁ୍ୟତ ବିଭାଗ ଓ ଅନ୍ୟ କାର୍ଯ୍ୟାଳୟରେ ବିଶ୍ୱକର୍ମାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଛନ୍ତି । ସେହିପରି ଖଣ୍ଡପଡ଼ା ସହରର କାରିଗରି ସାହିରେ ମା’ ବ୍ରାହ୍ମଣୀଦେବୀ ଯୁବକ ସଂଘ ପକ୍ଷରୁ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏତଦ୍ବ୍ୟତୀତ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ବିଭିନ୍ନ ପୂଜାମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡିଛି ।
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିଦୁ୍ୟତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ ଉଠାଜଳସେଚନ ବିଭାଗ, ଜଳସମ୍ପଦ ବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ, କୋଣାର୍କ ଟ୍ରେଡ଼ର୍ସ ଜଂଜାଳୀ ଟ୍ରେଡ଼ର୍ସ ନଳିନୀ ଇଲେଟ୍ରୋନିକ୍ସ ସଞ୍ଜୟ ଇଲେଟ୍ରୋନିକ୍ସ, ଗଜାନନ ଇଲେକ୍ଟ୍ରୋନିସ, ପତିତପାବନ ସାନିଟାରୀ, ଆଦି ବିଭିନ୍ନ ମ୍ୟାସିନାରୀ ସଂସ୍ଥାରେ ବିଶ୍ୱ ସର୍ଜନାର ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଯାକଯମକରେ ପାଳନ କରାଯାଇଥିଲା । ବିଭିନ୍ନ ବିଭାଗର ସହନିର୍ବାହୀଯନ୍ତ୍ରୀ ଇଂ ଅଶୋକ ସାହୁ, ଇଂ କୃପାସିନ୍ଧୁ ଧଳ, ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ସହ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ, ଇଂ ସୁବାଷ ଥାଟୋଇ, ଇଂ ସୁଦାମ ସାହୁ ନେତୃତ୍ୱ ନେଇ ପୂଜା କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଆୟୋଜିତ ବିଶ୍ୱକର୍ମା ପୂଜାରେ ଜନସାଧାରଣ ଯୋଗ ଦେଇ ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ନିଜ ନିଜର ଯାନବାହନ ପୂଜା କରିଥିଲେ ।
ବୁଗୁଡା : ବୁଗୁଡ଼ା ଅଞ୍ଚଳର ବିଭିନ୍ନ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସ୍ଥାନୀୟ ବାଘୁଆ ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମନୋଜ କୁମାର ଦାଶ ପୁରୋହିତ ଭାବେ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କର୍ତ୍ତା ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ନିକଟସ୍ଥ ଷୋଳମଇଲି ଠାରେ ବିଦୁ୍ୟତ୍ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଜ୍ୟୋତିଷ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପୁରୋହିତ ଷଷ୍ଠୀ ପ୍ରସାଦ ହୋତାଙ୍କ ଦ୍ୱାରା ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସ୍ୱକାର୍ଯାଳୟ ପରିସରରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିବାବେଳେ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜ ପକ୍ଷରୁ ବାଲିପଦର ଗ୍ରାମସ୍ଥ ବିଶ୍ୱକର୍ମା ଭବନ ପରିସରରେ ଠାକୁର ବିଶ୍ୱକର୍ମାଙ୍କ ପୂଜା ଉସôବ ପାଳିତ ହୋଇଯାଇଛି । ଏଥି ସହ ସ୍ଥାନୀୟ ସ୍ଥାନୀୟ ପ୍ଲମ୍ବର ୱାର୍କମେନ୍ସ ଆସୋସିଏସନ, ତାରିଣୀ ମୋଟର୍ସ, ହରିଆନା ଷ୍ଟିଲ୍ ୱାର୍କ୍ସ, କଳିଙ୍ଗ ଟ୍ରେଡର୍ସ , ଭାରତ ରେଫ୍ରିଜେସନ୍ ଏଣ୍ଡ ଇଲେକ୍ଟ୍ରିକାଲ୍ ୱାର୍କ୍ସ ଆଦି ପ୍ରତିଷ୍ଠାନ ସମେତ ବିଭିନ୍ନ ଯାନବାହାନ ଗ୍ୟାରେଜ ଏବଂ କଳକାରଖାନା ଗୁଡିକରେ ମଧ୍ୟ ବିଶ୍ୱକର୍ମାଙ୍କ ପୂଜା ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି ।
ଆସିକା : ଆସିକା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ସହରର ଉଠା ଜଳସେଚନ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ବିଦୁ୍ୟତ୍ ବିଭାଗ, ଚିନି ଶିଳ୍ପ, ଗ୍ୟାରେଜ, ମହାରଣା ଶାଳମାନଙ୍କରେ ଦେବ ଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ନୀତିନିୟମରେ ପୂଜାର୍ଚ୍ଚନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେହିପରି ଲଛମନ ପଲ୍ଲୀ ରାସ୍ତାରେ ଥିବା ଉଠା ଜଳ ସେଚନ ଠାରେ ଇ. ରବୀନ୍ଦ୍ର କୁମାର ପଣ୍ଡା, ଇ.ଅଶୋକ କୁମାର ପତି,ଏବଂ ସନ୍ତୋଷ ମହାନ୍ତି ସମେତ ଅନେକ ମିସ୍ତ୍ରୀ, କାରିଗର, କର୍ମଚାରୀ ଯୋଗ ଦେଇଥିଲେ । ସେହିଭଳି ଗ୍ରାମ୍ୟ ଜଳ ଯୋଗାଣ ପରିମଳ କାର୍ଯ୍ୟାଳୟ ଧରାକୋଟ ଠାରେ ମଧ୍ୟ ଅନୁରୂପ ଭାବେ ଆସିକା ଭାରପ୍ରାପ୍ତ ଏସଡିଓ ଇ. ଚିନ୍ମୟୀ ରାଉତଙ୍କ ପୌରହିତ୍ୟରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।