ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ: ୩ଦିନ ଦର୍ଶନ ବନ୍ଦ
ନୀଳଗିରି: ବାତ୍ୟା ‘ଦାନା’ ପାଇଁ ନୀଳଗିରି ପ୍ରଶାସନ ପକ୍ଷରୁ ଉତ୍ତର ଓଡିଶାର ଅନ୍ୟତମ ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ୩ଦିନ ପାଇଁ ବନ୍ଦ ରଖାଯାଇଛି । ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଶୈବପୀଠ ବନ୍ଦ କରାଯାଇଥିବା ବେଳେ ଏହି ଦିନମାନଙ୍କରେ ପର୍ଯ୍ୟଟକଙ୍କୁ ଭିତରକୁ ଛଡା ଯିବନାହିଁ ବୋଲି ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳ ଶୁଭଶ୍ରୀ ରଥ କହିଛନ୍ତି । କିନ୍ତୁ ଦୁଇଦିନ ବାତ୍ୟା "ଦାନା’ ର ପ୍ରଭାବରେ ଶୈବ ପୀଠ ସ୍ଥଳୀ ବୁଡ଼ି ଜଳମଗ୍ନ ହୋଇଛି ଜ୍ଝ ଏବଂ ପୀଠ ସ୍ଥଳୀ ନିକଟ ପୁରୁଣା ପାର୍କିଙ୍ଗ ଷ୍ଟାଣ୍ଡ ଓ ମୁଖ୍ୟ ଫାଟକ ଆଗରେ ଏହି ବାତ୍ୟାରେ ଗଛ ଉପାଡ଼ି ପଡି ଥିବା ବେଳେ ଟ୍ରଷ୍ଟ ବୋର୍ଡÿ ମ୍ୟାନେଜର ଶିଶିର କୁମାର ମିଶ୍ରଙ୍କ ଉଦ୍ୟମରେ ଗଛ ସବୁ କଟାଯାଇ ରାସ୍ତା ପରିଷ୍କାର କରାଯାଇଛି ।