ଅହମ୍ମଦ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

 ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ଫୁଟବଲ ଖେଳ ପଡିଆରେ ମୋବେସର ଅହମ୍ମଦ ମେମୋରିଆଲ୍ ପ୍ରଥମ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି  । ପ୍ରଥମ ଦିନର ପ୍ରଥମ ମ୍ୟାଚ କେରଙ୍ଗ ଅହମଦିଆ (ବି) ଏବଂ ପାଇକତିଗିରିଆ ଏଫ.ସି ମଧ୍ୟରେ ହୋଇଥିଲା  । ଏହି ମ୍ୟାଚରେ ପାଇକତିଗିରିଆ ଏଫ.ସି ୧-୦ ଗୋଲ ବ୍ୟବଧାନରେ କେରଙ୍ଗ ଅହମଦିଆ (ବି)କୁ ପରାସ୍ତ କରି ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚରେପୁରୀ ୧-୦ ବ୍ୟବଧାନରେ ଜଟଣୀ ଠାରୁ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଶରଧାପୁର ୨-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା  । ଚତୁର୍ଥ ମ୍ୟାଚରେ ଟ୍ରାଇବେକର ମାଧ୍ୟରେ କେରଙ୍ଗ ଏ ୪-୨ ଗୋଲରେ ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ କେରଙ୍ଗ ଅହମଦିଆ ମୁସଲିମ ସଂଗଠନର ସଭାପତି ଓସିମ ଅହମଦ ଯୋଗଦେଇଥିବା ବେଳେ ଅତିଥି ଭାବେ ଇଦ୍ରିସ ଖାଁ, ଜଲାଲ ମହମ୍ମଦ, ସେକ ଇଦୁ, ଡାନିଆଲ ନାୟକ, ନସିରୁଦ୍ଦିନ ଖାଁ, ମୋଜଫର ଖାଁ, ତହମୁର ଖାଁ, ଜାହାଙ୍ଗିର ଖାଁ, ସୁକଦେବ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।