ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଜିଲ୍ଲା ସମ୍ମିଳନୀ
ନୂଆପଡା: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ନୂଆପଡ଼ା ଶାଖାର ଜିଲ୍ଲା ସମ୍ମିଳନୀ ଖଡ଼ିଆଳ ସ୍ଥିତ ପାଟଣା କ୍ଷତ୍ରିୟ ସମାଜ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କ୍ଷୀରୋଦ ନିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ ଯୋଗ ଦେଇଥିବା ବେଳେ ପଶ୍ଚିମ ସଂଭାଗ ସଂପାଦକ ଚନ୍ଦ୍ରଶେଖର ଚନ୍ଦ୍ରକାର, ପରିଚର୍ଚ୍ଚା ବିଭାଗ ମୋ ଗାଁ ରାଜ୍ୟ ସଂଯୋଜକ ଡକ୍ଟର ପଦ୍ମଲୋଚନ ବର୍ମା, ଖଡ଼ିଆଳ ବ୍ଲକ ସଭାପତି ଶିଶିର ବିଷୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ଗୁପ୍ତେଶ୍ୱର ପଟେଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସଂପାଦକ ରବିରଞ୍ଜନ ପ୍ରଧାନ ଜିଲ୍ଲା ସଂଗଠନର ବିବରଣୀ ଉପସ୍ଥାପନ କରିଥିଲେ । ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା ଉପ ସଭାପତି ବିଘ୍ନରାଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକôଳ କଳା ପ୍ରତିଷ୍ଠାନ ଜିଲ୍ଲାଧ୍ୟକ୍ଷ ବିଭୂତି ଭୂଷଣ ବିଶି ସ୍ୱଦେଶ ମନ୍ତ୍ର ଓ ସଂପର୍କ ସେତୁ ଜିଲ୍ଲାଧ୍ୟକ୍ଷ ବିଦ୍ୟାଭୂଷଣ ବାରିକ ବୈଦିକ ମନ୍ତ୍ର ଆବୃତ୍ତି କରିଥିଲେ ।