ଚାଷୀଙ୍କୁ ଜୈବିକ ଚାଷ ପଦ୍ଧତି ପ୍ରଶିକ୍ଷଣ ପ୍ରଦାନ
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟର ୪ର୍ଥ ବର୍ଷ ଛାତ୍ରୀମାନେ ·ଷୀମାନଙ୍କୁ ଜୈବିକ ପ୍ରଣାଳୀରେ ·ଷ ପଦ୍ଧତି ପ୍ରଶିକ୍ଷଣ ଦେଇଛନ୍ତି । ବାଲିଅନ୍ତା ବ୍ଲକ ଶିଙ୍ଗିରିଶାସନ ଗ୍ରାମଠାରେ ଧାନ·ଷ ସମେତ ଅନ୍ୟାନ୍ୟ ଫସଲ ·ଷରେ ପୋକ, କୀଟ-ପତଙ୍ଗ ଲାଗିଲେ ଜୈବିକ ପଦ୍ଧତିରେ ଫସଲ ସୁରକ୍ଷିତ ରଖିବା କୌଶଳ ନେଇ ·ଷୀମାନଙ୍କ ସହ ଆଲୋଚନା ହୋଇଥିଲା । ·ଷୀମାନଙ୍କ ସହ ପ୍ରତ୍ୟକ୍ଷ ଭାବ ବିନିମୟ କାର୍ଯ୍ୟକ୍ରମ କୃଷିବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଶ୍ରୀକୁମାର ସମ୍ଭବ ଓ ଡଃ ଶୁଭଶ୍ରୀ ସରକାରଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ପୋକ ତଥା କୀଟପତଙ୍ଗ ଦାଉରୁ ଫସଲକୁ ଟ୍ରାଇକୋ କାର୍ଡ଼ ଓ ଚିତ୍ରମିରି ପୋକ ମାଧ୍ୟମରେ ରକ୍ଷା କରାଯାଇ ପାରିବାର ବୈଷୟିକ କୌଶଳ ପ୍ରଦର୍ଶନ ସହିତ ·ଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଛାତ୍ରୀମାନେ ଦେଇଥିଲେ । କ୍ଷେତ୍ର ପ୍ରଦର୍ଶନ ସହିତ ·ଷୀମାନଙ୍କୁ ବିଭିନ୍ନ କୌଶଳ ଶିଖାଇବା ସହ ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରୀ କୁମାରୀ ସିମରନ ସ୍ୱାଇଁ, ରାଜଶ୍ରୀ ସ୍ୱାଇଁ, ସ୍ନେହାଶିଷ ସାମଲ, ଅନୀଷା ସେଠୀ, ଆସ୍ଥା ତ୍ରିପାଠୀ, ସୁହାସିନୀ ସିଂ, ଶ୍ୱେତାମେଘା ବାର୍ଷିନୀ, ଲୋପାମୁଦ୍ର ପ୍ରଧାନ, ଅଭିପ୍ସା ଶତପଥୀ, ସ୍ମୃତିଶ୍ରୀ ତ୍ରିପାଠୀ, ନିହାରିକା ସ୍ୱାଇଁ, କୀର୍ତ୍ତିପୂର୍ଣ୍ଣା ତରାଇ, ଶାସ୍ୱତୀ ସେନାପତି, ନୀଲାଞ୍ଜନା ସନ୍ତୋଷ, ଯଶସ୍ୱୀ ସିଂ, ସାଗରିକା ନାୟକ, ସାଇ ତମନ୍ନା, ସୌମ୍ୟାଶ୍ରୀ ମାଇତି, ଦେବାଂଶୀ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।