ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ମୃତି ସମାରୋହ

 କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ବେଦାନ୍ତ କେଶରୀ ରାଷ୍ଟ୍ରୀୟସନ୍ଥ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୭ ତମ ସ୍ମୃତି ସମାରୋହ ପାଳନ ତଥା ଧର୍ମରକ୍ଷା ଦିବସ ପାଳନ ଅବସରରେ ମା’ ଦିବ୍ୟ ସ୍ୱରୂପା ନନ୍ଦ ସାରସ୍ୱତୀଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କ୍ଷେତ୍ର ପ୍ରମୁଖ ବିନୟ କୁମାର  ଭୂୟାଁ, ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷୀକ ନାରାୟଣ ବାରିକ, ପ୍ରାନ୍ତ ସହ ପ୍ରଶାସନିକ ପ୍ରମୁଖ ଉମେଶ ଦାସ ପ୍ରମୁଖ ଅତିଥିମାନେ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଧର୍ମ ଜାଗରଣ ସହ ସଂଯୋଜକ ଶଶାଙ୍କ ଶେଖର ଜେନା । ଏହି ସନାତନ ଧର୍ମ ହେଉଛି ମାନବତା ବାଦର ଧର୍ମ ଓ ଗୋହତ୍ୟା ସହିତ ହିନ୍ଦୁ ଧର୍ମ ଛାଡି ଯେଉଁମାନେ ଖୀଷ୍ଟଧର୍ମ ଗ୍ରହଣ କରୁଛନ୍ତୁ ଏବଂ ହିନ୍ଦୁଧର୍ମ ଛାଡି ଅନ୍ୟାନ୍ୟ ଧର୍ମ ଗ୍ରହଣ କରୁଛନ୍ତି ସେମାନେ କିପରି ହିନ୍ଦୁ ଧର୍ମ ଛାଡିବେ ନାହିଁ, ସବୁ ଦିନ ଭାଗବତ, ଗୀତା ପଢିବା ଧର୍ମ ଚର୍ଚ୍ଚା କରିବା ଏବଂ ହନ୍ଦୁ ମାନଙ୍କୁ ଜାଗ୍ରତ କରିବା ସଂଗେ ସଂଗେ ସ୍ୱାମୀଜୀଙ୍କ ପ୍ରତ୍ୟେକଟି ବାକ୍ୟ ବା କଥାକୁ ଆଜିଭଳି ବଳିଦାନ ଦିବସରେ ଉକ୍ତ ଉକ୍ତି ବା ମନ୍ତବ୍ୟ ଗୁଡିକୁ ଅକ୍ଷର ଅକ୍ଷରେ ପାଳନ କରିବା ସେ ବିଷୟରେ ମଞ୍ଚାସୀନ ଅତିଥିମାନେ ବିଷାଦ ଭାବେ ଆଲୋଚନା ଓ ପ୍ରାର୍ଯ୍ୟାଲୋଚନା କରିଥିଲେ ।