ଅବହେଳିତ ଅବସ୍ଥାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି 

 ଖଣ୍ଡପଡ଼ା:  ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡ଼ା ଗ୍ରାମର ବଡ଼ସାହି ଗାନ୍ଧୀ ଛକରେ ଅବସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିଟି ଦିର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି । ପ୍ରତିବର୍ଷ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦାୟିତ୍ୱ ସମ୍ପନ୍ନ କରୁଥିଲେ ହେଁ ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରତିମୂର୍ତ୍ତି ଓ ଗାନ୍ଧୀମଣ୍ଡପ ପ୍ରତି କେହି ଦୃଷ୍ଟି ନ ଦେବା ପରିତାପର ବିଷୟ ଅଟେ । ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଓ   ଗାନ୍ଧୀମଣ୍ଡପର ଉନ୍ନତିକରଣ ନିମନ୍ତେ କୁମ୍ଭାରପଡ଼ା ପଞ୍ଚାୟତ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।