ସାଂସଦଙ୍କ ଅନୁଦାନ ପାଣ୍ଠିରୁ ଦୂରହେବ ପାନୀୟଜଳ ସମସ୍ୟା

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ୪୭ତମ ସ୍ୱନକ୍ଷତ୍ର ଦିବସ ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ତୁଳସୀ ମହିଳା ମହାବିଦ୍ୟାଳୟକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ କେନ୍ଦ୍ରାପଡ଼ାର ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ଯୋଗଦେଇ ନାରୀ ସୁରକ୍ଷା ଓ ନାରୀର ସ୍ୱାଭିମାନ ରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ମହିଳା ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡା ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଗୁରୁତ୍ୱ ଆରୋପ କରି ମହାବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ସର୍ବଦା ତାଙ୍କର ସହଯୋଗ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲା ବେଳେ ମହାବିଦ୍ୟାଳୟର ପ୍ରଶାସନିକା ଅଧିକାରୀ ସବିତା ଦାସ ବାର୍ଷିର୍କ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଡ଼ ସୁଜାତା ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଶକ୍ତି ଶେଖର ଦାଶ ଓ ଅଧ୍ୟାପିକା ଭାରତୀ ଜେନା ମଞ୍ଚ ପରିଚାଳନା କରିଥିଲେ ।