ସ୍ୱାମୀଙ୍କୁ ସୁସ୍ଥ କରିବାକୁ ସ୍ତ୍ରୀ ମାଗୁଛନ୍ତି ଭିକ୍ଷା
କାକଟପୁର : କାକଟପୁର ବ୍ଲକ ଦହିଖିଆ ଅଞ୍ଚଳରେ ବାସ କରନ୍ତି ରାଜୁ ବାଲମୁଛ ଓ ତାଙ୍କ ଧର୍ମପନôୀ ସାଇ ବାଲମୁଛ, ପେଷାରେ ରାଜୁ ଜଣେ ଦିନ ମଜୁରିଆ ଓ ରାଜମିସ୍ତ୍ରୀ, ଯାହା କିଛି ରୋଜଗାର କରନ୍ତି ଘରେ ତିନି ପ୍ରାଣୀ କୁଟୁମ୍ବଙ୍କ ଭରଣ ପୋଷଣ କରନ୍ତି । ସେଥିରେ ପୂର୍ବରୁ ତାଙ୍କ ଝିଅର ମଧ୍ୟ ବାହାଘର କରିଛନ୍ତି । ରାଜୁଙ୍କ କୌଣସି ଜମିବାଡ଼ି ନାହିଁ । କେବଳ ଘରେ ଖଣ୍ଡେ, ୩ ମାସ ଆଗରୁ ରାଜୁ ଘରକୁ ଆସିଥିଲେ ହଠାତ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କ ପୁଅ ଓ ସ୍ତ୍ରୀ ପ୍ରଥମେ କାକଟପୁର, ପରେ ଚାରିଛକ ଓ ଶେଷ ରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ, କ୍ୟାପିଟାଲ ହସ୍ପିଟାଲ ରୁ ରିପୋର୍ଟ ଆସିଥିଲା ତାଙ୍କ ବ୍ରେନ ଷ୍ଟ୍ରୋକ ହୋଈ ମସ୍ତିଷ୍କ ରେ ରକ୍ତ ଜମାଟ ବାନ୍ଧିଚି, ଶେଷ ରେ ସମ୍ ହସ୍ପିଟାଲ ନେଇ ସେଠି ଆୟୁଷ୍ମାନ କାର୍ଡ ରେ ସ୍ୱାମୀଙ୍କ ଚିକିତ୍ସା କରାଇବା ସହ ଅସ୍ତ୍ରପ୍ରଚାର କରିଥିଲେ । ମାତ୍ର ରାଜୁ ସୁସ୍ଥ ନହୋଇ ପୁନଃବାର ଅସୁସ୍ଥ ହେଲେ । ମେଡିକାଲ ଟିମ୍ କହିଲା ଯେ, ଆଉ ଏକ ଅସ୍ତ୍ରପ୍ରଚାର କରାଯିବ ଯେଉଁଥି ପାଇଁ ୫ ରୁ ୧୦ ଲକ୍ଷ ଖର୍ଚ୍ଚ ହେବ । ମାତ୍ର ପରିବାରର ଆର୍ଥିକ ସ୍ଥିତି ବର୍ତ୍ତମାନ ପୁରା ଦୁର୍ବଳ, ବେସାହାରା ହୋଇଯାଇଛନ୍ତି ତାଙ୍କ ଧର୍ମ ପନôୀ ସାଇ, ଏବେ ଭାତ ଥିଲେ ଲୁଣ ବି ନାହିଁ । ଅନେକ ଅର୍ଥ କରଜ କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ଆରୋଗ୍ୟ ପାଇଁ ଯେଉଁଠି ଲକ୍ଷାଧିକ ଟଙ୍କାର ଆବଶ୍ୟକ ସେଠି ଚାଉଳ କେଜି ଟିଏ କିଣିବାକୁ ପଇସା ନାହିଁ । ଏବେ ଦହିଖିଆ ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ଅସ୍ତରଙ୍ଗ ରାସ୍ତାରେ ପଥଚାରିଙ୍କୁ ରାଜୁଙ୍କ ଆରୋଗ୍ୟ ପାଇଁ ଭିକ୍ଷା କରୁଥିବା ବେଳେ, ରାଜୁଙ୍କ ଧର୍ମପନôୀ ସାଇ ଗ୍ରାମରେ ପ୍ରତ୍ୟେକଙ୍କ ଘରକୁ ଯାଇ କାନି ପତେଇ ଭିକ ମାଗୁଛନ୍ତି । କିଏ ଆର୍ଥିକ ସହାୟତା କରୁଛନ୍ତି ତ ଆଉ କିଏ ଚାଉଳ ମଧ୍ୟ ଦେଉଛନ୍ତି । ଏହି ସମୟରେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠି ବାଟରେ ଅଟକି କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ରାଜୁ ବାଲମୁଛଙ୍କ ପାଇଁ ସରକାରଙ୍କୁ ନିବେଦନ କରିବେ ବୋଲି କହିଛନ୍ତି । ଏବେ ଗୋଟେ ଗୋଟେ ଟଙ୍କାର ମୂଲ୍ୟ ସାଇ ବାଲମୁଛଙ୍କ ପାଇଁ ମୂଲ୍ୟବାନ ହୋଇଥିବା ବେଳେ, ଦହିଖିଆ ଯୁବକ ଗୋଷ୍ଠୀ ପକ୍ଷରୁ ୯୩୩୭୩୯୦୧୨୬ ଫୋନ ପେ ନମ୍ବର ଦିଆଯାଇଛି । ଯେ କୌଣସି ବଦାନ୍ୟ ବ୍ୟକ୍ତି ଚାହିଁବେ ରାଜୁଙ୍କ ପାଇଁ ଗୋଟେ ଟଙ୍କା ହେଉ ପଛେ ଆର୍ଥିକ ସହାୟତା ଯୋଗାଇ ପାରିବେ ।