ଗ୍ୟାସ ଟାଙ୍କି ନିଆଁରେ ପୋଡ଼ି ହୋଇ ମହିଳା ଆହତ
ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମବରଦା: ବ୍ରହ୍ମବରଦା ପଞ୍ଚାୟତ ହାଜିନଗର ଗ୍ରାମ ୨ନଂ ୱାର୍ଡର ଜଣେ ମହିଳା ଗ୍ୟାସ ଟାଙ୍କି ନିଆଁରେ ପୋଡିହୋଇ ଆହତ ହୋଇଛନ୍ତି । ଆହତ ମହିଳା ସେକ କଲିମଙ୍କ ପନôୀ ମସୋଦା ବିବି (୪୭)ହୋଇଥିବା ବେଳେ ସକାଳେ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ହଠାତ ଗ୍ୟାସ ଚୁଲାରୁ ନିଆଁ ଉଠିଯାଇ ଗ୍ୟାସ ପାଇପ ସହିତ ଟାଙ୍କିରେ ନିଆଁ ଲାଗିଯାଇ ଘରସାରା ବ୍ୟାପିଯାଇଥିଲା । ଫଳରେ ରୋଷେଇ କରୁଥିବା ମସୋଦା ନିଆଁ ସଂସ୍ପର୍ଶରେ ଆସିବାରୁ ତାଙ୍କ ଅଙ୍ଗ ଓ ବସ୍ତ୍ରରେ ନିଆଁ ଲାଗିବା ସହିତ ଦୁଇ ହାତ, ଗୋଡ ଓ ଜଙ୍ଘ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଅଗ୍ନିର ପ୍ରକୋପ ଏତେ ମାତ୍ରାରେ ଥିଲାଯେ ରୋଷେଇ ଘରେ ଥିବା ସମସ୍ତ ରୋଷେଇ ସମାଗ୍ରୀ, ଆସବାବପତ୍ର ସହିତ କିଛି ଟଙ୍କା ପୋଡି ହୋଇ ଯାଇଥିବା ନେଇ ସ୍ୱାମୀ ସେକ କଲିମ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଛନ୍ତି । ଖବରପାଇ ବରୁଆଁ ଅଗ୍ନିସମ ବିଭାଗ ଓ ସ୍ତାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ।