ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀଙ୍କ ଉଦ୍ୟମ 


ହିଞ୍ଜିିଳିକାଟୁ : ଆଉ  ଦିନକ ପରେ ମତଦାନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜନେତିକ ଦଳଗୁଡ଼ିକ ଅନ୍ତିମ ଉଦ୍ୟମ ଜାରି କରିଛନ୍ତି । ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ର·ର । ଏହାରି ଭିତରେ ହିିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ  ନିଜକୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି । ଶେଷ ଦିନରେ ହିିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ସହ ଶେରଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ରିତା ସାହୁଙ୍କୁ ବିଜେଡ଼ିର ନେତାମାନେ ବିଜେଡିର ଶତାଧିକ କର୍ମୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶଙ୍ଖ ଚିହ୍ନକୁ ଭୋଟ ଦେଇ ହିିଞ୍ଜିଳି ସହ ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ନିବେଦନ କରିଛନ୍ତି । ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ନିଜର ପ୍ର·ରକୁ ଜୋରଦାର କରିଛନ୍ତି । ଶନିବାର କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ପୌରାଞ୍ଚଳର ବିଭିନ୍ନ ୱାର୍ଡ ବୁଲି  ବାଇକ ଶୋଭାଯାତ୍ରା ସହ ପ୍ର·ର ପ୍ରସାର କରିଥିଲେ । କଂଗ୍ରେସ ଏଥର ସରକାରକୁ ଫେରି ଉଭୟ ବିଜେଡି ଓ ବିଜେପିକୁ କଡ଼ା ଜବାବ ଦିଆଯିବ ବୋଲି କହିଥିଲେ । ଏହି ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ କରିବା ହିଁ କଂଗ୍ରେସର ଏକ ମାତ୍ର ଲକ୍ଷ୍ୟ ବୋଲି କହିଥିଲେ । ଏହି ବିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ମଇଦାନରେ ରହିଥିବେଳେ ବିଜେଡିରୁ ନବୀନ ପଟ୍ଟନାୟକ ଷଷ୍ଠ ଥର  ମୁଖ୍ୟମନ୍ତ୍ରୀ  ହେବା ଲକ୍ଷ୍ୟରେ ରହିଛନ୍ତି । ଭାଜପାରୁ ଶିଶିର ମିଶ୍ର ରାଜନୈତିକ ଅଭିଜ୍ଞତା ନଥିଲେ ମଧ୍ୟ ଅଣ୍ଡରକରେ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି ।  ସ୍ଥାନୀୟ ନେତୃବୃନ୍ଦଙ୍କ ଉପରେ ଅସନ୍ତୋଷ ପରିଲକ୍ଷିତ ତାହାର ଫାଇଦା ଉଠାଇବା ପାଇଁ ଅଙ୍କ କଷୁଥିବା ଜଣାପଡିଛି । ସେହିପରି କଗ୍ରେସରୁ ରଜନୀକାନ୍ତ ପାଢି, ଆପରୁ ଭଜରାମ ସାବତ, ଭିଏସପିରୁ ବଳରାମ ନାହାକ,ଏସୟୂସିଆଇ ପକ୍ଷରୁ ନାରାୟଣ ସାହୁ, ସ୍ୱାଧୀନ ପ୍ରାର୍ଥୀ ଭାବେ ରାମନାରାୟଣ ବିଶ୍ୱାସରା, ସ୍ୱାଧୀନ ପ୍ରାର୍ଥୀ ଭାବେ ଅକ୍ଷୟ କୁମାର, ସ୍ୱାଧୀନ ପ୍ରାର୍ଥୀ ଏସ ଲକ୍ଷ୍ମୀ ଆ·ରୀ ଓ  ସିତା କୁମାରୀ ସାହୁ ମଧ୍ୟ ପ୍ର·ର ଜୋରଦାର ଚଳାଇଛନ୍ତି ।  ଅପରପକ୍ଷରେ ଅସନ୍ତୁଷ୍ଟ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଅଙ୍କ ବିଗାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।