ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଜିଲ୍ଲାର ସମସ୍ତ ସମସ୍ୟା ପୂରଣ ହେବ
ଝାରସୁଗୁଡା : ଓଡ଼ିଶାରେ ବିଜେପି ସରକାର ବର୍ଷେ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡା ଜିଲ୍ଲାରେ ସୋମବାରି ଜିଲ୍ଲା ପ୍ରଭାରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ଏକ ଲକ୍ଷ ୪୫ ହଜାର ପରିବାରଙ୍କ ନିକଟକୁ ଯାଇ ବର୍ଷେ ପୂର୍ତ୍ତିର ରିପୋର୍ଟ କାର୍ଡ ପ୍ରସ୍ତୁତ କରୁଥିବା ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି । ବିଜେପି ସରକାର ଯେଉଁ ପ୍ରମୁଖ ୨୧ ଟି ଘୋଷଣା ପତ୍ରକୁ ନେଇ ନିର୍ବାଚନ ଲଢ଼ିଥିଲେ ଓ ସରକାରକୁ ଆସିଥିଲେ ସେଥି ମଧ୍ୟରୁ ଏବେ ପର୍ଯ୍ୟନ୍ତ ୧୧ ଟି ପ୍ରତିଶୃତି ପୂରଣ ହୋଇଥିବା କହିଛନ୍ତି । ଏଥିରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନା, ଅଶୀ ବର୍ଷ ରୁ ଉର୍ଦ୍ଧ ବୃଦ୍ଧାବୃଦ୍ଧ ଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା, ଦୁଗ୍ଧ ଚାଷୀ ମାନଙ୍କୁ ଲିଟର ପିଛା ୩ ଟଙ୍କା ଦର ବଢେଇବା, ଚାଷୀ ମାନଙ୍କୁ ଧାନ ର ଏମଏସପି ୩୧୦୦ ଟଙ୍କା ଧାର୍ଯ୍ୟ କରିବା ତଥା ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବା ଏହାକୁ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କରେ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କ ନିଯୁକ୍ତି ପାଇଁ ଏକ ଅଭିନବ ପ୍ରୟାସ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଉଭୟ ପ୍ରଶାସନ ଓ ଶିଳ୍ପ ସଂସ୍ଥା ମାନଙ୍କ ରେ ଖାଲି ପଡ଼ିଥିବା ପଦବୀ ପାଇଁ ତଥ୍ୟ ମଗାଯାଉଛି । ଏଥିରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିୟୋଜିତ କରିବା ପାଇଁ ନିଯୁକ୍ତି ମେଳା ର ଆୟୋଜନ କରାଯାଉଛି । ଝାରସୁଗୁଡା ଜିଲ୍ଲାର ବହୁ ପ୍ରତିକ୍ଷିତ ଦାବୀ ମଙ୍ଗଳ ବଜାର ଡାକ୍ତରଖାନାକୁ ପୁନଃ ଚାଲୁକରଣ ଏହା ଏକ ବଡ଼ ପଦକ୍ଷେପ ଏବଂ ଆସନ୍ତା ଜୁନ ୧୨ ତାରିଖରେ ଏହାକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି । ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ବିଜେପି ସରକାର ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡା ରେ ହେଉଥିବା ବିଭିନ୍ନ ପ୍ରକାର ର ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିବା ଓ ଆଗାମୀ ଦିନରେ ଜିଲ୍ଲା କୁ ଓଡିଶା ର ଅଗ୍ରଣୀ ଜିଲ୍ଲା କିପରି ଭାବରେ କରାଯିବ ତାହା ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ଲୋକମାନଙ୍କ ପାଖକୁ ପହଞ୍ଚାଯିବ ବୋଲି ପ୍ରକାଶ କରିଛନ୍ତି ।