ସାଂସଦଙ୍କ ହସ୍ପିଟାଲ୍ ପରିଦର୍ଶନ
ନୀଳଗିରି : ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଚାନକ ନୀଳଗିରି ହସ୍ପିଟାଲ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଦୀର୍ଘଦିନ ହେବ ଛୁଟିରେ ଥିବା ହସ୍ପିଟାଲ ମ୍ୟାନେଜରଙ୍କ ଛୁଟିଦରଖାସ୍ତରେ ଅନିୟମିତତା ହୋଇଥିବା ପ୍ରମାଣ ପାଇବାସହ ଅନେକ କର୍ମଚାରୀ ବିନା ଦରଖାସ୍ତରେ ଅନୁପସ୍ଥିତ ଥିବାର ପ୍ରମାଣ ପାଇଥିଲେ । ସାଂସଦ ଷଡ଼ଙ୍ଗୀ ଉପସ୍ଥାପନା ଖାତା ତଦାରଖ କରି ଏଥିରେ ଅନିୟମିତତା ହୋଇଥିବା ଜାଣିବାକୁ ପାଇ ଏହାର ଉଚ୍ଚÿସ୍ତରୀୟ ତଦନ୍ତପାଇଁ ଏସଡିଏମଓ ଏବଂ ସିଡିଏମଓଙ୍କୁ ତୁରନ୍ତ ନିଦେ୍ର୍ଦଶ ଦେଇଥିଲେ । ସାଂସଦଙ୍କ ଉଦ୍ୟମରୁ ଦୀର୍ଘମାସ ହେବ ବନ୍ଦ ହୋଇ ଅପରେସନ ଗୃହ ଖୋଲିଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ ଗୋଟାଏ ବି ଅପରେସନ ହୋଇ ନ ଥିବା ଜାଣିବାପରେ ସେ ଭୀଷଣ ବିରକ୍ତ ହେବାସହ ତୁରନ୍ତ ଅପରେସନ କିପରି ହେବ ତାହାର ସୂଚନା ଫଳକ ବିଭିନ୍ନ ସ୍ଥାନରେ ଲଗାଇବାକୁ ନିଦେ୍ର୍ଦଶ ଦେଇଥିଲେ । ଡାକ୍ତରମାନଙ୍କ ଉପସ୍ଥାନ ଖାତାଉପରେ ନଜର ପଡିଯିବାରୁ ସବୁ ଡାକ୍ତରମାନଙ୍କ ଉପସ୍ଥାନ ତଦାରଖ କରିବାରୁ ଅନେକ ଡାକ୍ତର ସଠିକ୍ ସମୟରେ ହସ୍ପିଟାଲ ଆସୁନଥିବା ଓ କିଛି ଡାକ୍ତର ଅଭ୍ୟାସଗତ ଭାବେ ବିନା ଉପସ୍ଥିତିରେ ବର୍ଷବର୍ଷ ଧରି ଦରମା ନେଉଥିବା ଜାଣିବାକୁ ପାଇଥିଲେ । ଏତଦବ୍ୟତୀତ ଓଟି ପାଖରେ ଦୀର୍ଘଦିନ ହେବ ପାଇଖାନାରୁ ପାଣି ନିର୍ଗତ ହୋଇ ଅତ୍ୟନ୍ତ ଦୁର୍ଗନ୍ଧ ହେଉଥିବା କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିବାରୁ ତୁରନ୍ତ ସାଂସଦ ଶ୍ରୀ ଷଡଙ୍ଗୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏହାର ମରାମତି ପାଇଁ କଡ଼ା ନିଦେ୍ର୍ଦଶ ଦେଇଥିଲେ । ନୀଳଗିରି ଡାକ୍ତରଖାନା ଉପଖଣ୍ଡର ଏକ ପ୍ରମୁଖ ଚିକିସôାଳୟ ହୋଇଥିବାରୁ ଏ ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ବାଇଓମେଟ୍ରିକର ବ୍ୟବସ୍ଥା ହୋଇ ପାରିନଥିବା ଜାଣିବାକୁ ପାଇଥିଲେ । ଏସଡିଏମଓଙ୍କୁ ସାଂସଦ ଏବିଷୟରେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ତେବେ ଏତେସବୁ ସମସ୍ୟା ପରେ ଆଗାମୀ ଦିନରେ କିପରି ଏହି ସୁବିଧା ଉପଲବ୍ଧ ହେବ ସାଂସଦ ଧ୍ୟାନ ଦେବେ ବୋଲି କହିଥିଲେ । ଏହା ବ୍ୟତୀତ ନୀଳଗିରି ଡାକ୍ତରଖାନାରେ ରୋଗୀ ମାନଙ୍କର ରେଜିଷ୍ଟ୍ରସନ କରୁଥିବା ଠିକା କର୍ମଚାରୀଙ୍କ ଦରମା ଦୀର୍ଘଦିନ ଧରି ପାଉନଥିବାରୁ ସାଂସଦଙ୍କୁ ସେମାନେ ଅବଗତ କରାଇଥିଲେ ।