ଡିଏଲଆରଙ୍କ ବୋନସ ବୃଦ୍ଧି : ବନ୍ଦର ଅଧ୍ୟକ୍ଷଙ୍କୁ ଶ୍ରମିକ ନେତାଙ୍କ କୃତଜ୍ଞତା 

 ପାରାଦୀପ : ପାରାଦୀପ ପୋର୍ଟ ଡିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନର ସଦସ୍ୟମାନେ ଏପ୍ରିଲ ୯ ତାରିଖରେ ପ୍ରକାଶ ତ୍ରିପାଠୀଙ୍କୁ ସଭାପତି ରୂପେ ନିର୍ବାଚିତ କରିଥିଲେ । ପ୍ରକାଶ ନିର୍ବାଚିତ ହେଲା ପରେ ପ୍ରଥମେ ଡିଏଲଆରମାନଙ୍କୁ ବୋନସ ଦେବାକୁ ୨୦୨୪ ମସିହା ଅକ୍ଟୋବର ୧ ତାରିଖରେ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କୁ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଅଧ୍ୟକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଏଥିପାଇଁ ୧୪ ଅକ୍ଟୋବର ୨୦୨୫ରେ  ଡିଏଲଆର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଯାଇ ବନ୍ଦର ପ୍ରଶାସନିକ ଭବନ ଆଗରେ ବିକ୍ଷୋଭ ଓ ପଥ ପ୍ରାନ୍ତ ସଭା କରି ବୋନସ ଦାବିକୁ ଜୋରଦାର କରିଥିଲେ । ତେବେ ବୁଧବାର ଦିନ ବନ୍ଦର ଟ୍ରଷ୍ଟ ବୋର୍ଡ ମିଟିଙ୍ଗରେ ଆଲୋଚନା କରାଯାଇ ଡିଏଲଆରଙ୍କ ବୋନସ ବୃଦ୍ଧି ମଞ୍ଜୁରୀ କରାଯାଇଥିବାରୁ ଡିଏଲଆର ସଙ୍ଘର ସଭାପତି ପ୍ରକାଶ ତ୍ରିପାଠୀ, ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା, ପରେଶ ମୁର୍ମୁ, ସୁବ୍ରତ ପ୍ରଧାନ ଏବଂ ସର୍ବେଶ୍ୱର ବଳିୟାରସିଂହ ପ୍ରମୁଖ ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ପି.ଏଲ.ହରନାଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ଏହି ସଫଳତାର କେବଳ ଡିଏଲଆର ଭାଇମାନଙ୍କ ଏକତା ପାଇଁ ସମ୍ଭବ ହୋଇପାରିଛି ବୋଲି ସଂଘର ସଭାପତି ପ୍ରକାଶ ତ୍ରିପାଠୀ କହିବା ସହିତ ପାରାଦୀପର ବିଭିନ୍ନ ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏକତା ବଜାଏ ରଖିଲେ ସଫଳତା ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ।