ବାଇକ୍ ଦୁର୍ଘଟଣାରେ ଜଣେ ମୃତ
କପ୍ତିପଦା :- କପ୍ତିପଦା ବାଲେଶ୍ୱର ମୁଖ୍ୟରାସ୍ତାର ହରଡ଼ଡ଼ାହି ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ପଥଚାରୀଙ୍କର ମୃତୁ୍ୟ ଘଟିଛି । ଖବରରୁ ପ୍ରକାଶ, ହରଡ଼ଡ଼ାହି ଗ୍ରାମର ସୁକାନ୍ତ ଦେହୁରୀ (୪୦) ଚାଲିଚାଲି ଯାଉଥିବାବେଳେ ବାଲେଶ୍ୱର ପଟୁ ଆସୁଥିବା ଟିଭିଏସ୍ ଆପାଚି ଓଡ଼ି୦୧ଏଏକ୍ସ୍୦୫୫୩ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଛିଟକି ପଡ଼ିଥିଲେ । ଖବର ପାଇ କପ୍ତିପଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚô ଡ଼ାକ୍ତରଖାନାକୁ ନେଉଥିବାବେଳେ ସୁକାନ୍ତର ମୃତୁ୍ୟ ଘଟିଛି । ଏସଂପର୍କରେ ରବୀନ୍ଦ୍ର ଦେହୁରୀ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରୁ ବାଇକ୍ଟିକୁ ଜବତ କରାଯାଇଛି । ଆସନ୍ତାକାଲି ମୃତକଙ୍କର ଶବ ବ୍ୟବଚ୍ଛେଦ ହେବ ।