ନିଶାମୁକ୍ତ ଗାଁ ଆହ୍ୱାନରେ ସଚେତନତା କାର୍ଯ୍ୟକ୍ରମ

 ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତର ଆଗୁଆଡ ଗ୍ରାମକୁ ନିଶାମୁକ୍ତ ଗ୍ରାମ ଭାବେ ପରିଗଣିତ କରିବା ଏବଂ ଗ୍ରାମରେ ମଦ ବିକ୍ରିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏବଂ ସମାଜସେବୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ସମଗ୍ର ଗ୍ରାମ ପରିକ୍ରମା କରିଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ମଦ ବିକ୍ରିକୁ ଖୋଲାଖୋଲି ବିରୋଧ କରିଥିଲେ । ମଦ ପାଇଁ ଗାଁରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ପରିବାର ମଧ୍ୟରେ ହିଂସା ଓ ଅଶାନ୍ତି ବୃଦ୍ଧି ପାଇବା ସହ ମହିଳାଙ୍କ ନିର୍ଯ୍ୟାତନା ବୃଦ୍ଧି ପାଉଛି ।ଏ ସମ୍ପର୍କରେ ଅବକାରୀ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିବା ଦେଖାଯାଉନାହିଁ । ଏଥିରେ ଚୋରା ମଦ ବେପାରୀଙ୍କୁ ମଦ ବିକ୍ରି ନ କରିବା ପାଇଁ ତାଗିଦ୍ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତଃ ବିଜୟ ପାତ୍ର, ଶରତ ମହାନ୍ତ, ସାଇବା ସୋରେନ,ଦୀନବନ୍ଧୁ ମହାନ୍ତ,  ସଂଜିତ୍ ମହାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।