ଦଶହରା ପର୍ବ ପାଳନ ନେଇ ପ୍ରସ୍ତୁତି

 ପ୍ରଭାନୁ୍ୟଜ ।ା ଆଠଗଡ: ଶାନ୍ତିଶୃଙ୍ଖଳାର ସହିତ ଦଶହରା ପର୍ବକୁ ପାଳନ କରିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହର ତଥା ଗ୍ରାମାଞ୍ଚଳର ଅଧିବାସୀଙ୍କୁ ନିବେଦନ କରିଛି ଉପଖଣ୍ଡ ପ୍ରଶାସନ । ଏହି ଉପଲକ୍ଷେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଠଗଡ ତହସିଲଦାରଙ୍କ ବୈଠକରେ ସଂଯୋଜନା କରି ମା’ଙ୍କର ସମସ୍ତ ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯିବା ସହିତ ଅକ୍ଟୋବର ୧୦ ତାରିଖରେ ପୂଜା ମଣ୍ଡପରେ ସପ୍ତମୀ ଏବଂ ୧୩ ତାରିଖରେ ଦଶହରା ପୂଜା ଅନୁଷ୍ଠିତ ହେବ । ବିଶେଷ କରି ୧୬ ତାରିଖରେ ହେବାକୁ ଥିବା  ଭସାଣୀ କାର୍ଯ୍ୟକୁ କିଭଳି ଅଧିକ ଶାନ୍ତି ଶୃଙ୍ଖଳା ପୂର୍ଣ୍ଣ କରାଯିବା ସେ ଦିଗରେ ଅଧିକ ଗୁୁରତ୍ୱ ଦେବାକୁ ସମସ୍ତ ପୁଜା ମଣ୍ଡପ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଏହାସହିତ ଉକ୍ତ ଦିନ ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ ରହିବ ବୋଲି ନିଦେ୍ର୍ଦଶନାମା ମଧ୍ୟ ଜାରି କରାଯାଇଛି । ଦଶହରା ପର୍ବ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ, ଆଶୁ ଚିକିତ୍ସା ଏବଂ ପାନୀୟ ଜଳର ସୁବ୍ୟବସ୍ଥା କରିବା ସହିତ ରାସ୍ତାଘାଟର ମାରମତି, ବିଦୁ୍ୟତ ସରବରାହ ସଠିକ୍ ରହିବା ଏବଂ ପରିମଳ ବ୍ୟବସ୍ଥାକୁ ସୁଚାରୁପେ ପରିଚାଳନା କରିବାକୁ ପୁଲିସ ପ୍ରଶାସନ, ଉପଖଣ୍ଡ ଚିକିତ୍ସା ବିଭାଗ, କୋଠାବାଡି ନିର୍ମାଣ ବିଭାଗ ଓ ବିଜ୍ଞାପିତ ପରିଷଦ ଅଂଚଳରକୁ ଉପଜିଲ୍ଲାପଳଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ଡା ବିଜୟ କୁମାର ମିଶ୍ର, ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଆଠଗଡ ଥାନା ଅଧିକାରୀ ଏବଂ ସମସ୍ତ ବଜାରର ପୂଜା କମିଟିର କର୍ତ୍ତୃପକ୍ଷ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।