ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ
ବ୍ରହ୍ମପୁର : ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଧର୍ଷଣକାରୀ ଛାତ୍ର କଂଗ୍ରେସ ସଭାପତିଙ୍କ ବିରୁଦ୍ଧରେ ଏବଂ ଧର୍ଷଣକାରୀଙ୍କୁ ପ୍ରୋତ୍ସାହନ ଦେଉଥିବା ନେତାଙ୍କ ବିରୁଦ୍ଧରେ ଏହି ବିକ୍ଷୋଭ ହୋଇଥିଲା । କୁମ୍ଭୀର କାନ୍ଦଣା କାନ୍ଦି ନାରୀକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ବନ୍ଦ ଦେଇଥିବା ଦଳ ଯେତେବେଳେ ନିଜ ପକ୍ଷର କଥା ଆସେ ସେତେବେଳେ ଛାତ୍ର କଂଗ୍ରେସ ଦଳର ସଭାପତି ଜଣେ ଧର୍ଷଣକାରୀ ଭାବେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ଯେଉଁମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ସେମାନେ ଆଜି ଜାଣି ରଖିବା ଦରକାର ଯେ, କେଉଁଭଳି ଭାବରେ ଜଣେ ଡକାୟତି କରିଥିବା ଯୁବକକୁ ଛାତ୍ର କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଦେଇଥିଲେ । ଆପଣ ଯେତେବେଳେ ସରକାରଙ୍କୁ ଇସ୍ତଫା ଦେବା କଥା କହୁଛନ୍ତି ସେତେବେଳେ ଆପଣ ନିଜେ ଛାତ୍ର କଂଗ୍ରେସ ସଭାପତିକୁ ପ୍ରୋତ୍ସାହନ ଦେଉଥିଲେ, ନୈତିକତା ଦୃଷ୍ଟିରୁ କଂଗ୍ରେସର ଅଧକ୍ଷ ନିଜେ ଇସ୍ତଫା ଦେଇ ଉଦାହରଣ ସୃଷ୍ଟି କରିବେ କି ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକ ପ୍ରଶ୍ନ କରିଛନ୍ତି । ଏହି ବିକ୍ଷୋଭରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରବି ରାଓ, ସୋମନାଥ ପାତ୍ର, ସମ୍ପାଦକ କମଲ ପାତ୍ର, କିଶୋର କୁମାର ସାହୁ, ମଣ୍ଡଳ ସଭାପତି ଶକ୍ତି ପଟ୍ଟନାୟକ, ଅମର ସାହୁ, ଶିରିଡ଼ି ବିକ୍ରମ, ଶୀତଲ ଜେନା, ଜି.ନାରାୟଣ, ନୀଳକଣ୍ଠ ବେହେରାଙ୍କ ସହ ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ମଦନ ମୋହନ ପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ଜିଲ୍ଲା ସମ୍ପାଦିକା ଏସ୍.ରାଣୀ, ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା, ସରୋଜ ପାତ୍ର, ଧର୍ମରାଜ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଚୌଧୁରୀ,ଏସ୍.ଶ୍ରୀନିବାସ୍, ଶଙ୍କର ପ୍ରସାଦ ମହାରଣା ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ସାମିଲ ହୋଇଥିଲେ ।