ସଡ଼କ ସୁରକ୍ଷା ସଚେତନତା ରାଲି
ଆସିକା: ଓଡିଶା ରାଜ୍ୟ ସଡ଼କ ପରିବହନ ଦ୍ୱାରା ଜାନୁଆରୀ ୧ଠାରୁ ୩୧ପର୍ଯ୍ୟନ୍ତ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିରର ରାମକୃଷ୍ଣ ସ୍କାଉଟ ଓ ଶାରଦା ଗାଇଡ଼ କମ୍ପାନୀ ଦ୍ୱାରା ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟଙ୍କ ସଂଯୋଜନାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥିଭାବେ ଆସିକା ଉପଖଣ୍ଡ ପୋଲିସ ଅଧିକାରି ଗିରିଜା ଶଙ୍କର ପଟ୍ଟନାୟକ,ବିଦ୍ୟାଳୟ ସମ୍ପାଦକ କମଳେନ୍ଦୁ ହୋତା, ସହ ସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ, ସାମ୍ବାଦିକ ଅନିଲ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଅତିଥି ମାନେ ସ୍କାଉଟ ଓ ଗାଇଡ଼ ମାନଙ୍କୁ ସଡ଼କ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ନିୟମ ଓ ରାସ୍ତାରେ ଆମେ ଚଳ ପ୍ରଚଳ ହେବାର ନିୟମ ଉପରେ ଆଲୋକପାତ କରିଥିଲେ । ଏହାପରେ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଲୀନାକୁମାରୀ ସ୍ୱାଇଁଙ୍କ ଦ୍ୱାରା ଆୟୋଜିତ ସଡକ ସୁରକ୍ଷା ରାଲିକୁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ସ୍କାଉଟ ଓ ଗାଇଡ଼ ମାନେ ସଡ଼କ ସୁରକ୍ଷା ସ୍ଲୋଗାନ,ଡ୍ରମ, ପ୍ଲାକକାର୍ଡ ଧରି ଏହି ରାଲି ଗାୟତ୍ରୀ ନଗରରୁ ବାହାରି ବଜାର ସାହି,କୋର୍ଟ,ହରିହର ହାଇସ୍କୁଲ ଦେଇ ବିଜୁପଟ୍ଟନାୟକ ଛକରେ ପହଞ୍ଚି ଥିଲା । ବିଜୁପଟ୍ଟନାୟକ ଛକଠାରେ ରାମକୃଷ୍ଣ ସ୍କାଉଟ୍ ଟ୍ରୁପ୍ ଓ ସାରଦା ଗାଇଡ୍ କମ୍ପାନି ଦ୍ୱାରା ଲୋକମାନଙ୍କୁ ସଡକ ସୁରକ୍ଷାକୁ ନେଇ ସଚେତନ କରାଯାଇଥିଲେ । ହେଲମେଟ ପିନ୍ଧିଥିବା ଲୋକଙ୍କୁ ପିଲାମାନେ ଚକଲେଟ ଦେଇଥିଲେ ଓ ସିଟ ବେଲଟ, ହେଲମେଟ ପିନ୍ଧି ନଥିବା ଲୋକମାନଙ୍କୁ ଗୋଲାପ ଫୁଲ ଦେଇ ସେମାନଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରାଯାଇଥିଲେ । ଏହା ପରେ ସ୍କାଉଟ୍ ଗାଇଡ୍ ମାନେ ବିଜୁ ପଟ୍ଟନାୟକ ଛକରୁ ପୁରୁଣା ବସଷ୍ଟାଣ୍ଟ, ଲକ୍ଷ୍ମୀ ବଜାର, ହାଟପଦା ଛକ ଦେଇ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ଏହି ରାଲିରେ ବିଦ୍ୟାଳୟର ଗୁରୁଜୀ, ଗୁରୁମା କାର୍ତ୍ତିକେଶ୍ୱର ବେହେରା, ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ, କେ କମଳା କୁମାରୀ ଆଚାରୀ,ସନ୍ତୋଷି କୁମାରୀ ସାହୁା, ବାଳକୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।