ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦେହାନ୍ତ
ବୁଗୁଡା: ବୁଗୁଡ଼ା ଏନଏସି ଅନ୍ତର୍ଗତ ହରିଶରଣପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଦର ମିଶ୍ର(୭୪)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଗତ ଗୁରୁବାର ସକାଳେ ସ୍ୱବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତୁ୍ୟ ଖବର ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ଲମ୍ବୋଧର ଗତ ୩୦ ଜାନୁଆରୀ ୨୦୦୮ ମସିହାରେ ଅବସର ଗ୍ରହଣ କରିଥିବା ବେଳେ ଗତ ଜାନୁୟାରୀ ୭ ତାରିଖ ଦିନ ତାଙ୍କୁ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ଶିକ୍ଷକ ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ଜଣେ ନିରାଡମ୍ବର, କର୍ତ୍ତବ୍ୟନିଷ୍ଠ ଓ ଉତ୍ତମ ଶିକ୍ଷକ ଥିଲେ । ଏଥି ସହ ସେ ନାଟକ କଳା ଓ ସଙ୍ଗୀତ ପ୍ରତି ପ୍ରବଳ ଅନୁରାଗୀ ଥିଲେ । ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।