ମୂଳ ଉପୁଡି ଢଳି ରହିଛି ଗଛ ବିପଦ ଆଶଙ୍କା, ପ୍ରତିକାର ଦାବି
ବୁଗୁଡ଼ା : କାଳବୈଶାଖି ତାଣ୍ଡବରେ ବୁଗୁଡା ବଡଦାଣ୍ଡସ୍ଥିତ ବଳଦେବ ମନ୍ଦିର ନିକଟ ରାସ୍ତା କଡରେ ଥିବା ଏକ ବଡ କଦମ୍ବ ଗଛର ମୂଳ ଉପୁଡି ଯାଇଥିବାରୁ ତାହା ଗୋଟିଏ ପଟକୁ ଢଳି ରହିଛି । ସାମାନ୍ୟ ପବନ ହେଲେ ତାହା ଦୋହଲି ଉଠି ସାଧାରଣରେ ଭୟର ବାତାବରଣ ସୃଷ୍ଟି କରୁଛି । ବିପଦଜ୍ଜନକ ଅବସ୍ଥାରେ ଢଳି ରହିଥିବା ସେହି ଗଛର ଅତି ନିକଟରେ ଘରଗୁଡ଼ିକୁ ସଂଯୋଗ ହୋଇଥିବା ଅନେକ ବିଦ୍ୟୁତ୍ ତାର ରହିଛି । ଯଦି କୌଣସି କାରଣରୁ ଗଛଟି ସମ୍ପୂର୍ଣ୍ଣ ପଡିଯାଏ ତେବେ ଆଖପାଖରେ ଥିବା ଘରଗୁଡ଼ିକ କ୍ଷତିଗ୍ରସ୍ତ ହେବା ସାଙ୍ଗକୁ ବିଦ୍ୟୁତ୍ ତାରଗୁଡିକ ଛିଣ୍ଡି ଜନଜୀବନ ପ୍ରତି ବିପଦ ଆଣିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ପ୍ରତିକାର ପାଇଁ ଦାବି ହୋଇଆସୁଥିଲେ ହେଁ ଏନ୍ଏସି ପ୍ରଶାସନ ଓ ବିଦୁ୍ୟତ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଯଦି କୌଣସି ଦୁଃଖଦ ଘଟଣା ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ଅତି ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।