ହଂସୁଆ କଳାପ୍ରତିଷ୍ଠାନ ମହୋତ୍ସବ ଉଦ୍ୟାପିତ 

 ରାଜନଗର : ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଅଗ୍ରଣୀ କଳାନୁଷ୍ଠାନ ହଂସୁଆ କଳାପ୍ରତିଷ୍ଠାନର ବାର୍ଷିକ ପ୍ରତିଷ୍ଠା ଦିବସ ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ମୁଖ୍ୟ ଅତିଥି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ରାଜନଗର କଳା ଓ ସଂସ୍କୃତିର ଅସ୍ମିତାକୁ ମଣିଷ ଭିତରେ ବଞ୍ଚାଇ ରଖିବାକୁ ହଂସୁଆ କଳାପ୍ରତିଷ୍ଠାନ ଉଦ୍ୟମ ଅବ୍ୟାହତ ରଖିଥିବାରୁ ସେ ଅନୁଷ୍ଠାନର ସର୍ବବିଧ ସଫଳତା କାମନା କରିଥିଲେ । ଥାନା ଭାରପ୍ରାପ୍ତ ଅଧିକାରୀ ନରେଶ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜି କାଲି ପିଲାମାନଙ୍କର ନାଚ,ଗୀତ,ବାଦ୍ୟ ଓ ଚିତ୍ର ପ୍ପ୍ରତି ବେଶ୍ ଅନୁରାଗ ରହିଛି । ଏ କ୍ଷେତ୍ରରେ ସେମାନଙ୍କୁ ଉସôାହିତ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ବକ୍ତାଭାବେ କବି ଓ ସମାଜସେବୀ କଳ୍ପନା ମଲିକ ଯୋଗଦେଇ କଳା ମଣିଷର ଭିତିରି କଥାକୁ ପ୍ରକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।  ଉଦ୍ୟାପନୀ ଉତ୍ସବରେ ସାମ୍ବାଦିକ ଜଗନ୍ନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କବି ଭବାନୀ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ, ପ୍ରତିଷ୍ଠାତା ସମ୍ପାଦକ ଶତ୍ରୁଘ୍ନ ତରାଇ ସ୍ୱାଗତ ଭାଷଣ ଦେଇଥିଲେ । ହଂସୁଆ କଳାପ୍ରତିଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀ ମନୋଜ ଦାଶ, ବାଲ୍ମୀକି ଜେନା, ମଳୟ ମହାନ୍ତି ଓ ରୂପଶ୍ରୀ ରାଉଳଙ୍କୁ ସମ୍ମାନିତ କରାଯାଇ ଥିଲା ।