ରେଡକ୍ରସ ପକ୍ଷରୁ ପ୍ରାଥମିକ ସହାୟତା ଦିବସ
ଆସିକା: ଆସ୍କା ବ୍ଲକ ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଷେକ ବେହେରାଙ୍କ ଅଧ୍ୟକ୍ଷତାରେ ଯୁବ ରେଡକ୍ରସ ସଂସ୍ଥାଦ୍ୱାରା ପ୍ରାଥମିକ ସହାୟତା ଦିବସ ପାଳିତ ହୋଇଛି । ଭାରତୀୟ ରେଡକ୍ରସ ସୋସାଇଟି ଓ ଓଡିଶା ଶାଖାର ନିଦେ୍ର୍ଧଶାନୁସାରେ ପ୍ରତି ବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ବିଶ୍ୱ ସ୍ତରରେ ପ୍ରାଥମିକ ସହାୟତା ଦିବସ ପାଳନ କରାଯାଏ । କାର୍ଯ୍ୟକ୍ରମରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲ ଯୁବ ରେଡକ୍ରସର ସଂଯୋଜକ ଦିଲ୍ଲୀପ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଆମ ଦୈନନ୍ଦିନ ଜୀବନରେ ପ୍ରାଥମିକ ସହାୟତାର ବିଶେଷ ଆବଶ୍ୟକ ରହିଛି । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ତକôାଳ ସମୟରେ ଅଧିକ ଜରୁରୀ ଥିବାରୁ ଏହି ଧରଣର କାର୍ଯ୍ୟକ୍ରମକୁ ଅତି ଗୁରୁତ୍ୱର ସହ ଆୟୋଜିତ କରାଯାଇଛି । ଏହି ବିଷୟର ବିଶେଷଜ୍ଞ ଅତି ସ୍ପଷ୍ଟ ଭାବେ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଓ ଅନୁଷ୍ଠାନର ଅଧ୍ୟାପିକା ଅଧ୍ୟାପକଙ୍କ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି । ଯୁବ ରେଡକ୍ରସ ସଂସ୍ଥାର ସଂଯୋଜକ ଡ. କୁନା ସୁନା କାର୍ଯ୍ୟକ୍ରମକୁ ସଂଚାଳନା କରିଥିବା ବେଳେ, ସହ ସଂଯୋଜିକା ସୁଶ୍ରୀ ଶୁଭଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।